19/03/2021
🌍
Editor by/- Srinibash Rout
ଚାଷୀଙ୍କ ଧାନ କିଣାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ବିଜେପି ହୋ-ହଲ୍ଲା କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧାନ କିଣା ପ୍ରସଙ୍ଗରେ ଆଲୋଚନା କରିବାକୁ ଯାଇଥିବା ବେଳେ ନବୀନ ନିବାସ ଆଗରେ ଧାରଣରେ ବସିଥିଲେ। ବିଜେଡି ବିଧାୟକ ଓ କର୍ମୀ ତାଙ୍କୁ ଆଲୋଚନା ପାଇଁ ଡାକିଥିଲେ ମଧ୍ଯ ଯାଇ ନ ଥିଲେ। ଶେଷରେ ବିଜେପି ବିଧାୟକଙ୍କୁ ଭେଟିବାକୁ ଧାରଣାସ୍ଥଳକୁ ମୁଖ୍ୟମନ୍ତ୍ରୀ ସାର୍ ନବୀନ ପଟ୍ଟନାୟକ 🎓 ନିଜେ ଆସି ପହଞ୍ଚିଥିଲେ। ଆଲୋଚନା ପାଇଁ ଧାରଣାରେ ବସିଥିବା ବିଜେପି ବିଧାୟକଙ୍କୁ ନବୀନ ନିବାସ ଭିତରକୁ ଡାକିଥିଲେ।
ସୂଚନା ଅନୁଯାୟୀ, ବିଜେପି ଏକ ରାଲି କରି ନବୀନ ନିବାସ ଅଭିମୁଖେ ଯାଇଥିଲେ । ସେଠାରେ ମହିଳା B.J.D ଗୋଷ୍ଠି ପକ୍ଷରୁ ବିଜେପି ସଦସ୍ୟମାନଙ୍କୁ ଶଙ୍ଖ ଫୁଙ୍କି ସ୍ୱାଗତ କରାଯାଇଥିଲା। ଗୃହରେ ଅଚଳାବସ୍ଥା ଜାରି ରହିଥିବାରୁ ପ୍ରଥମେ ବିଜେଡି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାହାରିଥିଲା । ବିଜେଡି ଦାବି କରିଥିଲା ଯେ, ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗୃହରେ ଆତ୍ମହତ୍ୟା ଉଦ୍ୟମ କରି ଭୁଲ କରିଛନ୍ତି । ଗୃହର ଗାରିମା କ୍ଷୂର୍ଣ୍ଣ ହୋଇଛି । ତେଣୁ ସେ କ୍ଷମା ପ୍ରାର୍ଥନା ନ କରିବା ପାର୍ଯ୍ଯନ୍ତ ଗୃହ ଚଳାଇଦେବୁ ନାହୁଁ ।
www. socialnewsodia.info
0 Comments