12/03/2021
ପୁରୀ 📌
Editor by/- Srinibash Rout
୧୦୦୦ ଏକର ଜମି ଚିହ୍ନଟ ହୋଇଛି ।ଫେବ୍ରୁଆରି ୧୯ରେ ପୁରୀ ସାଂସଦ ପିନାକୀ ମିଶ୍ର ପୁରୀରେ ଏଭଳି ଏକ ଘୋଷଣା କରିଥିଲେ । ସାଂସଦଙ୍କ ସୂଚନା ପାଇବା କ୍ଷଣି କାଳ ବିଳମ୍ବ ନକରି ସ୍ଥାନୀୟ ପ୍ରଶାସନ ବି ଅଣ୍ଟା ଭିଡ଼ିଥିଲା । ଏଏଆଇ ଟିମ୍ ହଠାତ ଆସିଯିବା ଆଶଙ୍କାରେ ପ୍ରଶାସନ ଦୁଇଟି ସ୍ଥାନରେ ଦୁଇ ହଜାର ଏକର ଜମି ଚିହ୍ନଟ କରି ଅପେକ୍ଷା କରିଛୁ ବୋଲି ସାଂସଦ କହିଥିଲେ । ଇତିମଧ୍ୟରେ ତିନି ସପ୍ତାହ ଗଲାଣି । କେହି ପହଞ୍ଚିଲେ ନାହିଁ । ପ୍ରଶାସନ କହିଛି ଏଏଆଇ ଗସ୍ତ ସୂଚୀ ନେଇ ଏବେ ବି କିଛି ସୂଚନା ମିଳିନି । ଆମେ ଅପେକ୍ଷା କରିଛୁ । ପୁରୀ ବାସୀ ଜାଣିଲା ପରେ ବହୁତ ଖୁସି ହୋଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ସହିତ ସୁଭେଛା ଜଣାଇ ଅପେକ୍ଷା କରିଛୁ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
ଗୁରୁବାର ( ୧୦/୦୩/୨୦୨୧ ) ସୂଚନା ମିଳିଛି ପୁରୀ ସହର ଉପକଣ୍ଠସ୍ଥିତ ଶାମୁକା ପ୍ରକଳ୍ପ ନିକଟରେ ଜମି ଚିହ୍ନଟ ହୋଇଛି । ପ୍ରସ୍ତାବିତ ବିମାନବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ ମିଳିଛି । ପୁରୀଠାରେ ବିମାନ ବନ୍ଦର ନିର୍ମାଣ ପ୍ରସ୍ତାବକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସମର୍ଥନର ଆଭାସ ଗତ ଫେବ୍ରୁଆରୀ ମାସ ପ୍ରଥମ ସପ୍ତାହରେ ମିଳିଥିଲା । ଗୁରୁବାର ( ୧୦/୦୩/୨୦୨୧ ) ଏହି ଖବରଟି ଲୋକଲୋଚନକୁ ଆସିଲା ପରେ ପୁରୀ ବାସୀ ବହୁତ ଉତ୍ସାହ ଖୁସି ନକହିଲେ ସରେ।
socialnewsodia.info
0 Comments