03/03/2021
Editor by/- Srinibash Rout
ରାଜ୍ୟର ଥିବା ସବୁ ଠିପି ବନ୍ଦ ବିଦେଶୀ ଓ ଦେଶୀ ମଦ ଦୋକାନଗୁଡ଼ିକର ଲାଇସେନ୍ସକୁ ଲଟେରି ଜରିଆରେ ନବୀକରଣ କରିବାକୁ ସରକାର ଯୋଜନା କରିଛନ୍ତି । ଏହି ବ୍ୟବସ୍ଥାରୁ ଠିପି ଖୋଲା ଦୋକାନକୁ ବାଦ୍ ଦିଆଯାଇଛି । ଏନେଇ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜିଲ୍ଲାପାଳଙ୍କ ଜରିଆରେ ହେବାକୁ ଥିବା ଏହି ଲଟେରି ବ୍ୟବସ୍ଥାରେ ଯେ କୌଣସି ଇଚ୍ଛୁକ ବ୍ୟକ୍ତି ଆବେଦନ କରିପାରିବେ ।
୧୫ ବର୍ଷ ଧରି ମଦ ଦୋକାନଗୁଡ଼ିକର ଲାଇସେନ୍ସକୁ ୧୦% ଚଢ଼ା ଦରରେ ନବୀକରଣ କରାଯାଉଛି । ତେବେ ସରକାର ଚଳିତ ବର୍ଷ ନୂଆ ବ୍ୟବସାୟୀଙ୍କୁ ସୁଯୋଗ ଦେବାକୁ ଏମିତି ନିଷ୍ପତ୍ତି ନେଇଛନ୍ତି। ଇଚ୍ଛୁକ ବ୍ୟକ୍ତିମାନେ ଇ-ଅବକାରୀ ୱେବ୍ସାଇଟ୍କୁ ଯାଇ ନିଲମରେ ଭାଗ ନେଇ ପାରିବେ । ଉକ୍ତ ୱେବ୍ସାଇଟ୍କୁ ଯାଇ ଅନ୍ଲାଇନ୍ରେ ଜରିଆରେ ଫର୍ମ ପୂରଣ କରିବାକୁ ପଡ଼ିବ । ତା’ପରେ ସେଠାରେ ଆଧାର କାର୍ଡ, ପାନ୍ କାର୍ଡ, ଆୟକର ପ୍ରମାଣପତ୍ର, ଯଦି ପୁରୁଣା ମଦ ବ୍ୟବସାୟୀ ତା’ହେଲେ ଏନ୍ଓସି ସାର୍ଟିଫିକେଟ୍ ସହ ୧ ଲକ୍ଷ ଟଙ୍କା ଦାଖଲ କରିବାକୁ ହେବ । ଦୋକାନ ପିଛା ୧ ଲକ୍ଷ ଟଙ୍କା ଦେବାକୁ ପଡିବ । ନିଲାମ ଉଠାଣରେ ଯଦି ଆପଣଙ୍କ ନାଁ ଆସିଲା ତେବେ ୩ ଦିନ ମଧ୍ୟରେ ଦୋକାନ ପିଛା ୬ ଲକ୍ଷ ଟଙ୍କା ବ୍ୟାଙ୍କ୍ ଗ୍ୟାରେଣ୍ଟି ଜିଲ୍ଳାପାଳଙ୍କ ନିକଟରେ ଦାଖଲ କରିବେ । ନିଲାମ ମିଳିଲେ ବ୍ୟବସାୟୀମାନେ ୫ ବର୍ଷ ପର୍ଯ୍ୟନ୍ତ ମଦ ବିକ୍ରି ଲାଇସେନ୍ସ ପାଇବେ । ଲଟେରି ବ୍ୟବସ୍ଥାରେ ପୁରୁଣା ବ୍ୟବସାୟୀମାନେ ମଧ୍ୟ ଭାଗ ନେଇ ପାରିବେ ।
socialnewsodia.info
0 Comments