19/03/2021
ପାହ/ଭୁବନେଶ୍ୱର 📌
Editor by/- Srinibash Rout
ପୁଣି ନକଲି ସାମ୍ବାଦିକ ହେଲେ ଗିରଫ। ସାମ୍ବାଦିକ ପରିଚୟ ଦେଇ ଲୋକଙ୍କ ସହିତ ସମ୍ପୂର୍ଣ ସ୍ଥାପନା କଲାପରେ ଠକୁଥିଲେ ।ଲୋନ କରେଇଦେବା କଥା କହି କାହା ପାଖରୁ ୨୦୦୦ ଆଊ କାହାପାଖରୁ ୨୫୦୦ ଟଙ୍କା ନେଉଥିଲେ ।
ସୂଚନା ଅନୁଯାୟୀ ଭୁବନେଶ୍ୱର ର ଅନେକ ଅଞ୍ଚଳରୁ ଜଣେ ଯୁବକ ଓ ଦୁଇ ଯୁବତୀ ଟଙ୍କା ନେଇ ଲୋନ କରାଇଦେବା କଥା କହି ନୀରିହ ମହିଳା ଏବଂ ପୁରୁଷ ଲୋକଙ୍କୁ ଠକୁଥିଲେ ।ଲୋକଙ୍କୁ ସାମ୍ବାଦିକ ବୋଲି ଜଣେଇବା ପାଇଁ ଗାଡ଼ିରେ PRESS ଲେଖିବା ସହ ନାମୀ ଦାମୀ ଗଣ ମାଧ୍ୟମର ପରିଚୟ ପତ୍ର ବି ପାଖରେ ରଖିଥିଲେ। ଏପରିକି ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଅଫିସର ଠିକଣା ବଦଳୁଥିଲେ ।ଯଦି କେହି ପୁରୁଷ ଏବଂ ମହିଳା ଲୋନ କରେଇଦେବା ପାଇଁ ଦେଇଥିବା ଟଙ୍କା ଫେରାଇବାକୁ କହୁଥିଲେ ଏବଂ ଟଙ୍କା ନଫେରାଇଲେ ପୋଲିସ ପାଖରେ ଅଭିଯୋଗ କରିବା ନେଇ କହୁଥିଲେ । ଠକମାନେ ନିଜକୁ ସାମ୍ବାଦିକ କହିବା ସହ ସେମାନଙ୍କର ସବୁଠି ଚିହ୍ନା ଥିବା ସହ ଧମକ ଦେଉଥିଲେ ।ଧରା ଛୁଆଁ ଦେଉନଥିଲେ ।
ଠକଙ୍କ ର ଏଭଳି କାର୍ଯ୍ୟ କଳାପ ଦେଖି ଠକାମୀ ର ଶିକାର ହୋଇଥିବା ମହିଳା ଏବଂ ପୁରୁଷ ମାନେ ଯୋଜନାବଦ୍ଧ ଭାବେ ଠକଙ୍କୁ ଏକ ନୂଆ
ଫୋନ ନମ୍ବରରେ ଫୋନ କରିଥିଲେ । ଆଉ ପୁରୁଣା ଲୋନ କରିବା ପଲିସି କଥା କହିଥିଲେ ଏବଂ ଡାକିଥିଲେ ଆଊ କିଛି ଲୋକ ଲୋନ କରିବେ ଆପଣ ମାନଙ୍କୁ ଅପେକ୍ଷା କରିଛନ୍ତି ଆପଣମାନେ ଆସନ୍ତୁ କଥା ହେବା । ଠକମାନେ କାଳ ବିଳମ୍ବ ନକରି ତୁରନ୍ତ ଆସି ପହଞ୍ଚିଥିଲେ । ଆଗରୁ ଠକାମୀ ର ଶିକାର ହୋଇଥିବା ମହିଳା ଏବଂ ପୁରୁଷ ଲୋକମାନେ ତାଙ୍କୁ କାବୁ କରିନେଇଥିଲେ ଏବଂ ମାଡ଼, ଗାଳିଗୁଲଜ ଦେବା ସହ ପାହାଳ ଫାଣ୍ଡିରେ ଜିମା ଦେଇଛନ୍ତି । ଏହି ସମସ୍ତ ଅଭିଯୋଗକୁ ପୋଲିସ ଗୁରୁତ୍ଵର ସହ ନେଇ ତଦନ୍ତ ଜାରି ରଖିଥିବା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।
www. socialnewsodia.info
0 Comments