19/03/2021
🌎
Editor by/- Srinibash Rout
ଗୋଟିଏ ନମ୍ବର ଡାଏଲ କରି ରାଜ୍ୟବାସୀ ପାଇ ପାରିବେ ଜରୁରୀକାଳୀନ ସେବା । ଏଣିକି ପୁଲିସ, ଦମକଳ ଓ ଆମ୍ବୁଲାନ୍ସ ଭଳି ସବୁ ଜରୁରୀକାଳୀନ ସେବା ପାଇଁ ଗୋଟିଏ ନମ୍ବର ୧୧୨☎️। ଗୁରୁତର ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ, ନିଆଁ ଲାଗିଗଲେ କିମ୍ବା ଅଘଟଣ ଘଟିଲେ ଦମକଳ ସହାୟତା ଓ ପୁଲିସ ସେବା ପାଇଁ ପୃଥକ୍ ପୃଥକ୍ ଭାବେ ଡାଏଲ୍ କରିବାକୁ ଆଉ ପଡ଼ିବ ନାହିଁ। କାରଣ ଏହାଦ୍ୱାରା ଅନେକ ସମୟରେ ନମ୍ବର ଡାଏଲ୍ କରିବାରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଥିଲା। ଏଭଳି ଅସୁବିଧାର ସମାଧାନ ପାଇଁ ଏଣିକି ଗୋଟିଏ ନମ୍ବର କାମ କରିବ । ଲୋକମାନେ ମନରଖିବାରେ ସହଜ ହେବ। ଏଣିକି ଗୋଟିଏ ନମ୍ବରରେ ଏସବୁ ୩ ଜରୁରୀ ସେବା ଉପଲବ୍ଧ ହେବ। ପୁଲିସ, ଦମକଳ, ଆମ୍ବୁଲାନ୍ସ ସେବା ପାଇଁ କେବଳ ଗୋଟିଏ ନମ୍ବର ୧୧୨କୁ ଡାଏଲ୍ କରି ଜରୁରୀ ସେବା ପାଇପାରିବେ।
ଶୁକ୍ରବାର (୧୯/୦୩/୨୦୨୧) ଅପରାହ୍ନରେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ Sir ଏହାର ଶୁଭାରମ୍ଭ କରିଛନ୍ତି। ସାରା ରାଜ୍ୟ ପାଇଁ ଏବେ କାମ କରିବ ଏହି ନମ୍ବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 🎓 Sir କହିଛନ୍ତି ଯେ ଆଜିଠାରୁ ଜନସାଧାରଣ ବିପଦପୂର୍ଣ୍ଣ ସମୟରେ ପୁଲିସ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ, ବିପର୍ଯ୍ୟୟ ମୁକାବିଲା ଏବଂ ଅନ୍ୟାନ୍ୟ ଆପଦକାଳୀନ ସେବାସଂପୃକ୍ତ ଆବଶ୍ୟକତା ନିମନ୍ତେ ଏକକ ନମ୍ବର ୧୧୨କୁ ଡାଏଲ୍ କରିପାରିବେ । ରାଜ୍ୟବାସୀ ପାଉଛନ୍ତି ସମସ୍ତ ସରକାରୀ ସେବା । ସେବାକୁ ଆହୁରି ଉନ୍ନତ କରିବା ପାଇଁ ବା ଘରେ ସରକାରୀ ସୁବିଧା ପହଞ୍ଚାଇବା ସୁଖ ଦୁଃଖ ସମୟରେ ସାଥୀ ହେବା ମୂଳଲକ୍ଷ୍ୟ ।
www. socialnewsodia.info
0 Comments