Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ମୋ କଲେଜ ଅଭିଯାନ' ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ;କଲେଜ ସହ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ମୂଳ ଲକ୍ଷ୍ୟ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 🎓

 '






22/03/2021


🌍

Editor by/- Srinibash Rout

'ମୋ କଲେଜ ଅଭିଯାନ' ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଆସନ୍ତୁ, ହାତରେ ହାତ ମିଶାଇ ଏହି ଅଭିଯାନକୁ ସଫଳ କରିବା। ରବିବାର (୨୧/୦୩/୨୦୨୧ ) ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 🎓 ଭିଡିଓ କନଫରେନ୍ସ ମାଧ୍ୟମରେ । ଲୋକସେବା ଭବନ ପ୍ରେକ୍ଷାଳୟ ପରିସରରେ ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଶୁଭାରମ୍ଭ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଅଭିଯାନ ଦ୍ୱାରା ପୁରାତନ ଛାତ୍ରଛାତ୍ରୀ ତାଙ୍କ କଲେଜର ଉନ୍ନତି ତଥା ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଯୋଡ଼ିହୋଇପାରିବେ। ଖାଲି ସେତିକି ନୁହେଁ ଆହୁରି କହିଛନ୍ତି ମୁଖ୍ୟମନ୍ତ୍ରୀ ରାଜ୍ୟର ୭୫୫ଟି କଲେଜ ଏହି ଅଭିଯାନରେ ଏପର୍ଯ୍ୟନ୍ତ ସାମିଲ ହୋଇଛି। ପୁରାତନ ଛାତ୍ରଛାତ୍ରୀ ପ୍ରଦାନ କରିଥିବା ଅନୁଦାନର ରାଜ୍ୟ ସରକାର ଦୁଇଗୁଣ ପ୍ରଦାନ କରିବେ ।ମୋ ସ୍କୁଲ (Mo School) ଭଳି ମୋ କଲେଜ୍‍ ଅଭିଯାନ ମଧ୍ୟ ସଫଳ ହେବ କହିଛନ୍ତି ମୁଖ୍ୟମନ୍ତ୍ରୀ ।


www. socialnewsodia.info

Post a Comment

0 Comments