Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଛାତ୍ରଙ୍କୁ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ; ୧୮ ସିନିୟର ଛାତ୍ରଙ୍କୁ ୫୪ ହଜାର ଟଙ୍କା ଜରିମାନା ।ସୂଚନା ଦେଲେ ଭୀମସାର ଅଧ୍ୟକ୍ଷା ଡାକ୍ତର ଜୟଶ୍ରୀ ଦୋରା ।

 


23/03/2021


ଭୀମସାର୍‌/ସମ୍ବଲପୁର📌


Editor by/- Srinibash Rout

ବୁର୍ଲା ଭୀମସାରରେ ଛାତ୍ରଙ୍କୁ ରାଗିଂ କରିବା ପଡ଼ିଲା ମହଙ୍ଗା । ରାଗିଂ କମିଟିର ତଦନ୍ତ ଓ ସୁପାରିଶ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୁର୍ଲା ଭୀମସାର କର୍ତ୍ତୃପକ୍ଷ । ସୂଚନା ଅନୁଯାୟୀ କିଛି ଦିନ ତଳେ ଭୀମସାରରେ ଏମବିବିଏସ୍ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ନେଇ ଅଭିଯୋଗ ହୋଇଥିଲା ।ଏହାପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଭୀମ୍‌ସାର ଟିମ୍। ଆଣ୍ଟି ରାଗିଂ ସେଲ୍‌ ଅଭିଯୋଗର ତଦନ୍ତ ହେଉଥିଲା । କେମିତି ଓ କେଉଁ ପରିସ୍ଥିତିରେ ମେଡିକାଲ୍‌ କଲେଜ ହଷ୍ଟେଲରେ ରାଗିଂ ହୋଇଥିଲା ଏହାର ସମ୍ପୂର୍ଣ ତଦନ୍ତ କରିଥିଲା ୧୦ ଜଣିଆ କମିଟି । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ୧୮ ସିନିୟର ଛାତ୍ରଙ୍କୁ ୫୪ ହଜାର ଟଙ୍କା ଜୋରିମାନା ହୋଇଛି ।ଏନେଇ ସୂଚନା ଦେଇଛନ୍ତି ଭୀମସାର ଅଧ୍ୟକ୍ଷା  ଡାକ୍ତର ଜୟଶ୍ରୀ ଦୋରା ।



🌐WWW. SOCIALNEWSODIA.INFO📡

Post a Comment

0 Comments