26/03/2021
🌍
Editor by/- Srinibash Rout
ପୁନରୁଦ୍ଧାର ହେବ ରାଜଧାନୀ ଭୁବନେଶ୍ବରରେ ଥିବା କଳିଙ୍ଗ ଷ୍ଟୁଡିଓ । ଫିଲ୍ମ ସୁଟିଂ ସହ ପର୍ଯ୍ୟଟକଙ୍କୁ ଗୁରୁତ୍ୱ ଦେଇ ଏହାର ପୁନଃନିର୍ମାଣ ପରିକଳ୍ପନା କରିଛନ୍ତି ରାଜ୍ୟ ସରକାର ।ଏହାର ପୁନରୁଦ୍ଧାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସହ ନବୀକରଣ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 🎓ଶିଳ୍ପକୁ ପୁଣି ଥରେ ସିଧା ଠିଆ ହବାର ସୁଯୋଗ ସୃଷ୍ଟି କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ Sir .ଅତ୍ୟାଧୁନିକ ସିନେମା ଭିତ୍ତିଭୂମି ସହ ଲୋକମାନଙ୍କ ପାଇଁ ରହିବ ମନୋରଞ୍ଜନ ବ୍ୟବସ୍ଥା । ଖର୍ଚ୍ଚ ହେବ ୨୦୦ କୋଟି ଟଙ୍କା, ସୃଷ୍ଟି ହେବ ୧୨ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ । ଏହି ପରିପ୍ରେକ୍ଷୀରେ ଗୁରୁବାର ( ୨୫/୦୩/୨୦୨୧ ) କଳିଙ୍ଗ ଷ୍ଟୁଡିଓ ପୁନଃନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କଳିଙ୍ଗ ଷ୍ଟୁଡିଓର ହେବ ନବକଳେବର । କଳିଙ୍ଗ ଷ୍ଟୁଡିଓକୁ ବିଶ୍ୱସ୍ତରୀୟ କରିବାକୁ ନବୀକରଣ କାର୍ଯ୍ୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ପୂର୍ବରୁ ରାଜ୍ୟର ଅଧିକାଂଶ ଫିଲ୍ମ କଳିଙ୍ଗ ଷ୍ଟୁଡିଓରେ ସୁଟିଂ ହୋଇଛି ।ଷ୍ଟୁଡିଓରେ ରାସ୍ତାଘାଟଠୁ ଆରମ୍ଭ କରି ଏଡିଟିଂ ରୁମ୍ ଡବିଂ ରୁମ୍ ସବୁକିଛି ନୂଆ ରୂପ ପାଇବ । କଳାକାର ଓ ପର୍ଯ୍ୟଟକଙ୍କ ପାଇଁ ଡର୍ମିଟୋରୀ ଓ କ୍ୟାଂଟିନ ବ୍ୟବସ୍ଥା ରହିବ । ଏ ସମସ୍ତ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
www. socialnewsodia.info
0 Comments