22/03/2021
ପୁରୀ 📌
Editor by/- Srinibash Rout
ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପତ୍ନୀ ସବିତା କୋବିନ୍ଦ ଏବଂ ଝିଅ ।ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟକ୍ଷ ଦର୍ଶନ କଲେ ରାଷ୍ଟ୍ରପତି । ସୋମବାର (୨୨/୦୩/୨୦୨୧) ସକାଳୁ ସକାଳୁ ରାଜଭବରୁ ରାଷ୍ଟ୍ରପତି ଶ୍ରୀକ୍ଷେତ୍ର ଅଭିମୁଖେ ଗସ୍ତ କରିଥିଲେ ।ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀରେ ପହଞ୍ଚି ସିଂହଦ୍ୱାରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ, ଗଜପତି ମହାରାଜ ସିଂହଦ୍ୱାର ନିକଟରେ ସ୍ୱାଗତ କରିଥିଲେ ।ସାଙ୍ଗରେ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍ୟ ବରିଷ୍ଠ ନେତା ମନ୍ତ୍ରୀ ମାନେ। ।ଶ୍ରୀଜିଉଙ୍କୁ ଦର୍ଶନ ପରେ କହିଲେ ରାଷ୍ଟ୍ରପତି ଅନାଦି ଅନନ୍ତ କାଳରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ତାଙ୍କର ପବିତ୍ରତା ସହିତ ସଂଶ୍ଲିଷ୍ଟ ସବୁକିଛି ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ପରିଚୟର ମୂଳବିନ୍ଦୁ ।ଏଥିସହ ରାଷ୍ଟ୍ରପତି ନିଜ ଦରମାରୁ ଏକ ଲକ୍ଷ ଟଙ୍କାର ସମର୍ପଣ ନିଧି ଦାନ କରିଛନ୍ତି ଚେକ୍ ମାଧ୍ୟମରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ।ଶ୍ରୀମନ୍ଦିର ବିକାଶ ଅଭିଯାନରେ ମହାମହିମ @rashtrapatibhvn ଶ୍ରୀରାମନାଥ କୋବିନ୍ଦଜୀ ସାମିଲ ହୋଇଥିବାରୁ ଆନ୍ତରିକ କୃତଜ୍ଞତା ଜଣାଇବା ସହିତ ହିନ୍ଦୁ ସମାଜ ଙ୍କୁ ଏଥିପାଇଁ ଆଗେଇ ଆସିବାକୁ ପ୍ରେରିତ କରିଥିବାରୁ ମହାମହିମ ରାଷ୍ଟ୍ରପତିଙ୍କୁ ଆନ୍ତରିକ କୃତଜ୍ଞତା ସହିତ ସାଧୁବାଦଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
www. socialnewsodia.info
0 Comments