19/03/2021
🌍
Editor by/- Srinibash Rout
ଦୃଷ୍ଟି ପ୍ରସାର କରି ଆମେ ଯଦି ଦୂର-ଦୂରାନ୍ତ ପର୍ଯ୍ୟନ୍ତ ଦେଖିବା ଏବଂ ସୁଖୀ, ସଂପନ୍ନ, ସମୃଦ୍ଧ ଲୋକଙ୍କ ଜୀବନର ଆନନ୍ଦ ତଥା ଦୁଃଖୀ, ଦରିଦ୍ର, ପୀଡିତ ଲୋକଙ୍କ କଷ୍ଟ ଉପରେ କିଛି ସମୟ ବିସ୍ତୃତ ବିଚାର କରିବା, ଦୁଇ ପ୍ରକାରର ଲୋକଙ୍କ ଜୀବନର ପୂରା ଚିତ୍ର ନିଜ କଳ୍ପନା କ୍ଷେତ୍ରରେ ଆଙ୍କିବା, ତେବେ ଏହି ଲୋକରେ ହିଁ ଆମକୁ ସ୍ୱର୍ଗ ଓ ନରକର ଅସ୍ତିତ୍ୱ ମିଳିଯିବ । ସୁଖ ବି ଏଠାରେ ଏତେ ଅଧିକ ଅଛି ଯେ ସ୍ୱର୍ଗରେ ଭଲା ଆଉ କ'ଣ ଅଧିକ ସୁଖ ଥିବ? ଦୁଃଖ ମଧ୍ୟ ଏତେ ଅଛି ଯେ ସେହି ଦୁଃଖ ଆଗରେ ନରକ ଲୋକରେ ଆଉ କ'ଣ ଅଧିକ ଦୁଃଖ ଥିବ? କେବଳ ମୃତ୍ୟୁ ନୁହେଁ, ଆତ୍ମହତ୍ୟା ପାଇଁ ବାଧ୍ୟ କରୁଥିବା ବ୍ୟକ୍ତି ମୃତ୍ୟୁ ଠାରୁ ଅଧିକ ଭୟଙ୍କର । ମୃତ୍ୟୁ ଠାରୁ ମଧ୍ୟ ଅଧିକ ଦୁଃଖ ଏହି ଲୋକରେ ବିଦ୍ୟମାନ । ଏହା କଷ୍ଟର ଅନ୍ତିମ ସୀମା ଅଟେ।
ଏହିସବୁ କଥା ଉପରେ ବିଚାର କରି ସତପୁରୁଷମାନେ କହିଛନ୍ତି ଯେ "ସ୍ୱର୍ଗ ଓ ନରକ ଏହି ଲୋକରେ ହିଁ ଅଛି ।" ବାସ୍ତବରେ ପୃର୍ଣ୍ଣ ତୃପ୍ତିଦାୟକ ଓ ଅତ୍ୟନ୍ତ ଉଦବିଗ୍ନ କରୁଥିବା ସ୍ଥିତି ଏହି ଲୋକରେ ହିଁ ଅଛି । ସ୍ୱର୍ଗ ଓ ନରକର ସଂପୂର୍ଣ୍ଣ ଅସ୍ତିତ୍ୱ ଏହି ଲୋକରେ ହିଁ ଉପଲବଧ ।
ଯେହେତୁ ଏହି ଲୋକରେ ପରଲୋକ ମଧ୍ୟ ରହିଛି, ସେହି ପରଲୋକର ନିୟମାନୁସାରେ ତାଙ୍କୁ ନରକ ଭୋଗିବାକୁ ବିବଶ ହେବାକୁ ପଡିଥାଏ । ଯଦ୍ୟପି ପରଲୋକ ଏହି ଲୋକରେ ମହଜୁଦ ଅଛି, ତେଣୁ ସ୍ୱର୍ଗ ସୁଖର ସ୍ଥିତି ଭୋଗ କରୁଥିବା ଲୋକମାନଙ୍କ ସମ୍ମୁଖରେ, ନିୟମାନୁସାରେ ପରଲୋକ ସ୍ୱତଃ ଆଗକୁ ଆସି ଯାଇଥାଏ । ଏହି ଲୋକରେ ପରଲୋକର କାର୍ଯ୍ୟକ୍ରମ ଯଥାବତ ଚାଲୁଥାଏ । ସେହି କାର୍ଯ୍ୟକ୍ରମ ଅନୁସାରେ ସମସ୍ତ ପ୍ରାଣୀ ସ୍ୱର୍ଗ ଓ ନରକର ସୁଖ-ଦୁଃଖର ରସାସ୍ୱାଦନ କରିଥାନ୍ତି ।
www. socialnewsodia.info
0 Comments