19/03/2021


🌍


Editor by/- Srinibash Rout

ଓଡ଼ିଶା କ୍ୟାଡ଼ରର ଆଇଏଫଏସ୍ ଶ୍ରୀ ଶିଶିର କୁମାର ରଥ  ଗତ ସପ୍ତାହରେ ନିଜ ଗୃହ କ୍ୟାଡ଼ରକୁ ଫେରିଯିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ। ଶ୍ରୀ ରଥ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟରେ ଏଡିଜିଏଫ(ଏଫସି) ଭାବେ କାର୍ଯ୍ୟ କରୁଥିଲେ।


କେନ୍ଦ୍ରୀୟ ଡେପୁଟେସନ ଅବଧି ସରିବା ପୂର୍ବରୁ ଓଡ଼ିଶା ଫେରିଥିବା ୧୯୮୭ ବ୍ୟାଚ୍ ଆଇଏଫଏସ ଶିଶିର କୁମାର ରଥଙ୍କୁ ରାଜ୍ୟର ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ଭାବେ ନିଯୁକ୍ତି ମିଳିଛି । ବୁଧବାର (୧୭/୦୩/୨୦୨୧)ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୧୯୮୭ ବ୍ୟାଚ୍ ଆଇଏଫଏସ ଶ୍ରୀ ଶିଶିର କୁମାର ରଥ ରାଜ୍ୟର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ) ଭାବେ କାର୍ଯ୍ୟ କରିବେ। ଏହାସହିତ ସେ ଫରେଷ୍ଟ ଫୋର୍ସର ମୁଖ୍ୟ ଦାୟିତ୍ୱରେ ମଧ୍ୟ ରହିବେ। 



www. socialnewsodia.info