୧୧-୦୩-୨୦୨୧
କେନ୍ଦ୍ରାପଡା
Chief editor - ମାଧବାନନ୍ଦ ସ୍ଵାଇଁ
ଆଜି ହେଉଛି ଦେବ ଦେବ ମହାଦେବଙ୍କ ଜାଗର ଓଡିଆ ମାସ ଅନୁସାରେ ଫାଲଗୁନ୍ ( ଫଗୁଣ) ଇଂରାଜୀ ମାସ ଫେବୃଆରୀ ମାର୍ଚ୍ଚ ମଧ୍ୟରେ ପଡିଥାଏ । ଓଡିଶା ବିଭିନ୍ନ ଶୈବପୀଠ ଉତ୍ସବ ମୁଖର ହୋଇଥାଏ - ଲିଙ୍ଗରାଜ ,କପିଳାସ, ଆରେଡି ,ବେଦବ୍ୟାସ, ଗୁପ୍ତେସ୍ଵର, ଲୋକନାଥ, ହରିଶଙ୍କର ,ମହେନ୍ଦ୍ରଗିରୀ ତାହା ସହ ଓଡିଶା ବିଭିନ୍ନ ଗ୍ରାମର ଶୈବପୀଠରେ ବହୁତ ସଂଖ୍ୟକ ଭକ୍ତ ସମାଗମ ଦେଖିବାକୁ ମିଳେ । ରାଜନଗରର କାଳୁପଡା ଶିବ ମନ୍ଦିର ଓଲରାଗ୍ରାମର ଶିବ ମନ୍ଦିର ଧାନଦିଆର ଶିବ ମନ୍ଦିର , ବାରଦିଆର ଶିବନ୍ଦିର ,ଚମ୍ଫାଦିଆ,ବାଲିସାହିପାଟଣା, କେରଡାଗଡ ,ଚନ୍ଦନପୁର ଶିବ ମନ୍ଦିର ପରି ଶୈବପୀଠରେ ବହୁତ ସଂଖ୍ୟକ ଭକ୍ତସମାଗମ ପରିଲିକ୍ଷତ ଜଣାଯାଏ । , ଯାହା କିମ୍ବଦନ୍ତି ଅନୁସାରେ ଏହି ଦିନରେ ହିଁ ଶିବ ପାର୍ବତୀଙ୍କ ବିବାହ ହୋଇଥିଲା । ତାହା ସହ ସାଗର ମନ୍ଥନ ବେଳେ ଅସୁର ଏବଂ ଦେବତା ମଧ୍ୟରେ ଚାଲଥିଲା ସଂଘର୍ଷ । ଏତିକିବେଳେ ଦେବତାଙ୍କ ପକ୍ଷରେ ବିଷ ହିଁ ବାହାରିଥିଲା ଏହାକୁ ସମଗ୍ର ବିଶ୍ଵକୁ ବଞ୍ଚାଇବାକୁ ଯାଇ ଦେବତାଗଣ । ଦେବ ଦେବ ମହାଦେବଙ୍କୁ ପ୍ରାର୍ଥନା କରିଥିଲେ । ସମସ୍ତ ଦେବତାଗଣଙ୍କ କଥା ରଖି ଶିବ ଭଗବାନ ସମସ୍ତ ବିଷକୁ ପାନ କରି ନିଜ କଣ୍ଠରେ ଧାରଣକରିଥିଲେ ! ଯାହା ଫଳରେ ଶିବ ଭଗବାନ ମୂର୍ଛ୍ଥା ହୋଇପଡିଥିଲେ । ଶିବ ଭଗବାନଙ୍କୁ ବଞ୍ଚାଇବାକୁ ଯାଇ ଦେବତା ଗଣ ଉଜାଗର ରହି ଅଖଣ୍ଡ ଦୀପ ଜାଳିଥିଲ । ସେହିଦିନଠୁ ଜାଗର ଭାବେ ପାଳନ କରାଯାଏ ବୋଲି କିମ୍ବଦନ୍ତି ଜଣାପଡେ । ଶିବ ଭଗବାନ ଏହିଦିନ କ୍ରୋଧରେ ହିମାଳୟ ପର୍ବତ ଉପରେ ତାଣ୍ଡବ ନୃତ୍ୟ କରିଥିଲେ । ଶିବ ଭଗବାନ ନିଜକୁ ଲିଙ୍ଗଭାବେ ଉପସ୍ଥାପନା ମଧ୍ୟ କରିଥିଲେ । ଯାହା ଫଳରେ ଦେବତାଗଣ ସେହି ଲିଙ୍ଗରେ ପାଣିଢାଳି ଶିବ ଭଗବାନଙ୍କୁ ସନ୍ତୁଷ୍ଟ କରିବା ସହ ନିଜର ମନସ୍କାମନା କରୁଥିଲେ । ଏହା ମଧ୍ୟ ଜଣାଯାଏ ଶିବ ଭଗବାନ କ୍ରୋଧ ଥିଲାବେଳେ ତାଙ୍କ ଶାନ୍ତ କରିବା ପାଇଁ ତାଙ୍କ ପଥର ରେ ଥିବା ଲିଙ୍ଗ ଉପରେ କ୍ଷୀର ମଧ୍ୟ ଢାଳୁଥିଲେ । କୁମାରୀମାନେ ଶିବଙ୍କ ପରି ବର ପାଇବା ପାଇଁ ସେମାନେ ଶିବଙ୍କ ଲିଙ୍ଗରେ ପାଣି ଢାଳନ୍ତି । ଏହିଦିନରେ ଉପବାସ ରହି ଜାଗର ମଧ୍ୟ ଜାଳିଥାନ୍ତି ରାତିସାରା ଯାହାକୁ ଜାଗର ଭାବେ କୁହାଯାଏ । ଯାହା ୧୮ଟି ପୁରାଣର ମଧ୍ୟରେ ରୁ ଲିଙ୍ଗ ପୁରାଣରେ ଏହି ଜାଗର ମହିମା ବିଷୟରେ ଉପଲବ୍ଧ ଅଛି । ପ୍ରତେକ ଶିବ ମନ୍ଦିର ରେ ଥିବା ଶିବଙ୍କ ଲିଙ୍ଗରେ ଚନ୍ଦନ ଲେପ ସହ ବିଭିନ୍ନ ଫୁଲ ଦେଇ ସଜ୍ଜିତ କରାଯାଇଥାଏ । ବ୍ରାହ୍ମଣମାନେ ତ୍ରିଶିଖା ବେଲପତ୍ର ଦେଇ ଭଗବାନ ଶିବଙ୍କୁ ପୂଜାଅର୍ଚ୍ଚନା କରିଥାନ୍ତି । ଏହିଦିନ ଦୁଦୁରା ଫୁଲର ବହୁତ ମହିମା ଥାଏ ଜଣାଯାଏ ଜଦି କେହି ଭକ୍ତ ଦୁଦୁରା ଫୁଲ ଭଗବାନ ଶିବଙ୍କୁ ଅର୍ପଣ କରିଥାଏ । ତାଙ୍କ ମନସ୍କାମନା ପୁରଣ ହୋଇଥାଏ ବୋଲି ଲିଙ୍ଗ ପୁରାଣରେ ଲିପିବ୍ଧ ରହିଛି । କ୍ଷୀର, ଲବଣୀ, ଛେନା ଭାଙ୍ଗ କଦଳୀ ମିଶ୍ରଣ କରାଯାଇ ମହାଦେବଙ୍କ ଲିଙ୍ଗରେ ଘର୍ଷଣ କରାଯାଏ । ଜାଗରକୁ ୪ଟି ପ୍ରହରରେ ସମ୍ଫର୍ଣ୍ଣ କରାଯାଏ । ପ୍ରତେକ ପ୍ରହର ୩ଘଣ୍ଟା ସମୟ ରଖାଯାଇଥାଏ । ପ୍ରଥମ ପ୍ରହର ସନ୍ଧ୍ୟା ସମୟରେ ଦୁଗ୍ଧ ସାହାର୍ଯ୍ୟରେ ଅଭିଷେକ କରାଯାଏ । ଦ୍ଵିତୀୟ ପ୍ରହର ସନ୍ଧ୍ୟାର ୩ଘଣ୍ଟା ପରେ ଦହି ସାହାର୍ଯ୍ୟରେ ଅଭିଷେକ କରାଯାଏ । ତୃତୀୟ ପ୍ରହରୀ ୧୨ପରେ ମହୁ ସାହାର୍ଯ୍ୟରେ ଶିବ ଲିଙ୍ଗକୁ ଅଭିଷେକ କରାଯାଏ । ଚତୁର୍ଥ ପ୍ରହରୀ ବା ଶେଷ ପ୍ରହରୀ ମହାଦେବ ଶିବଙ୍କ ମନ୍ଦିର ଅଗ୍ରଭାଗକୁ ପୂଜକଙ୍କ ଦ୍ଵାରା ଉଠାଯାଏ । ଯାହାକୁ ଅଖଣ୍ଡ ଦୀପ କୁହାଯାଏ । ଅଖଣ୍ଡ ଦୀପ ଉଠିସାରିବା ପରେ ଭକ୍ତମାନେ ଘରକୁ ଫେରନ୍ତି ।
0 Comments