Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ନଦିଗର୍ଭରୁ ତିନି ଫୁଟ୍ ଉଚ୍ଚତାର ଏକ ପ୍ରାଚୀନ ଶିବଲିଙ୍ଗ ବାହାରିଲା; ବାଲି ଖୋଳାଯାଇଥିବା ସମୟରେ ବାହାରିଲା ଏହି ଶିବଲିଙ୍ଗ ।

 


17/03/2021


ଯାଜପୁର📌


Editor by/- Srinibash Rout

ବାଲି ଖୋଳୁ ଖୋଳୁ ବାହାରିଲେ ମହାଦେବ । ଯାଜପୁର ଜିଲ୍ଲା ଦଶରଥପୁର ତହସିଲ୍ ଅଞ୍ଚଳରେ ମଙ୍ଗଳବାର ( ୧୬/୦୩/୨୦୨୧ ) ବୈତରଣୀ ନଦୀ କୂଳରେ ଥିବା ସିଦ୍ଧେଶ୍ଵର ଘାଟ ସନ୍ନିକଟ ନଦୀ ମଧ୍ୟରୁ ଜେସିବି ମେସିନ୍ ସାହାଯ୍ୟରେ ବାଲି ଖୋଲାଯାଇଥିବା ସମୟରେ ନଦିଗର୍ଭରୁ ପ୍ରାୟ ତିନି ଫୁଟ୍ ଉଚ୍ଚତାର ଏକ ପ୍ରାଚୀନ ଶିବଲିଙ୍ଗ ଦେଖୁବାକୁ ମିଳିଛି । ସୂଚନା ଅନୁଯାୟୀ ଦିନ ରାତି ବାଲି‌




ଖୋଲାଯାଇଥିବା ଯୋଗୁ ଉକ୍ତ ଅଞ୍ଚଳରେ ବେଧଡ଼କଭାବେ ବାଲି ମାଫିଆମାନେ ଜେସିବି ଲଗାଇ ପ୍ରତିଦିନ ଶହ ଶହ ଟ୍ରିପ୍ ବାଲି ଲୁଟ୍ କରୁଛନ୍ତି। ଯାହା ଫଳରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ତେବେ ସେହି ବଲି ଖୋଲା ଯାଉଥିବା ସମୟରେ ପୁରାତନ ଏହି ମନ୍ଦିର ଓ ଲିଙ୍ଗ ଦୃଶ୍ୟମାନ ହୋଇଛି।



www. socialnewsodia.info

Post a Comment

0 Comments