Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ସାଂସଦ ପ୍ରଜ୍ଞା ସିଂହ ଠାକୁର ଅସୁସ୍ଥ ।

 


06/03/2021


ଭୋପାଳ 📌


Editor by/- srinibash Rout

ଅସୁସ୍ଥ ହୋଇପଡ଼ିଲେ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର। ରକ୍ତଚାପ ବୃଦ୍ଧି ଏବଂ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ମୁମ୍ବାଇର କୋକିଳାବେନ୍‌ ହସ୍ପିଟାଲକୁ ନିଆଯାଇଥିବା ଜଣାପଡ଼ିଛି ।


ଭୋପାଳରେ ଲଗାତର ବୈଠକ କରୁଥିବା ସାଧ୍ବୀ ପ୍ରଜ୍ଞା ଶୁକ୍ରବାର ( ୦୫/୦୩/୨୦୨୧ ) ଅଚାନକ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ଶରୀରର ରକ୍ତଚାପ ବୃଦ୍ଧି ପାଇଥିଲା। ଡାକ୍ତରଙ୍କ ପ୍ରଚେଷ୍ଟା ପରେ ରକ୍ତଚାପ କମ୍‌ ନହେବାରୁ ତାଙ୍କୁ କୋକିଳାବେନ୍‌ ହସ୍ପିଟାଲ ନେବାକୁ ସ୍ଥିର ହୋଇଥିଲା । ନିକଟରେ ସ୍ବାଧ୍ବୀ ପ୍ରଜ୍ଞାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେତେବେଳ ସାଂସଦଙ୍କୁ ଶ୍ବାସକ୍ରିୟା କରିବାରେ କଷ୍ଟ ଅନୁଭବ ହେଉଥିଲା। ଗତବର୍ଷ ଡିସେମ୍ବର ମାସରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସେ ଏମ୍ସରେ ଚିକିତ୍ସିତ ହୋଇଥିଲେ।


socialnewsodia.info

Post a Comment

0 Comments