Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଥାନାରେ ଜବତ ଗାଡିରୁ ମିଳିଲା ମୃତ ଦେହ । ଏହି ଘଟଣାରେ କାର୍ଯ୍ୟରେ ଅବହେଳା ପାଇଁ ଯାଆଁଳା ଫାଣ୍ଡି ଅଧିକାରୀଙ୍କୁ ସସ୍‌ପେଣ୍ଡ କରିଛନ୍ତି ଭୁବନେଶ୍ୱର ଡିସିପି ।

 



14/03/2021


ଭୁବନେଶ୍ୱର 📌


Editor by/- Srinibash Rout

ଭୁବନେଶ୍ବର ଉପକଣ୍ଠସ୍ଥ ଜାଁଳା ଫାଣ୍ଡି ପରିସରରେ କାର ମଧ୍ୟରେ ରହି ଶବ ସଢି ଯାଇଛି। ଯାହା ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ତାହା ପୁଣି ଥାନା ପରିସରରେ ଜବତ ହୋଇ ରହିଥିବା କାରରୁ ମିଳିଛି। ଜବତ ହୋଇ ଫାଣ୍ଡିରେ ରହିଥିବା ଏହି ଗାଡି ଭିତରକୁ ଅଜଣା ଲୋକ କିଭଳି ଗଲେ ତାହା ଏବେ ରହସ୍ୟମୟ ହୋଇରହିଛି। ଯଦି ଗଲେ ତାହଲେ ତାଙ୍କର ମୃତ୍ୟୁ କିପରି ହେଲା। ଫାଣ୍ଡି ପରିସରରେ ଥିବା ବେଳେ କାରରେ କେହି ରହିଯାଇଥିବା ନେଇ ଫାଣ୍ଡି ଅଧିକାରୀ କେମିତି ଜାଣିପାରିଲେ ନାହିଁ ତାହା ଏବେ ପ୍ରଶ୍ନ ଘେରରେ ରହିଛି।  ପୋଲିସ ପାଖରେ ଏହାର କୌଣସି ସୁରାକ ନ ପହଞ୍ଚିବା ବିଭାଗୀୟ  ଅପାରଗତା ପଦାରେ ପକାଉଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଏଭଳି ଘଟଣାରେ ନିଶ୍ଚିତ ଭାବେ ପୋଲିସର ଖାମଖିଆଲ ନୀତି ପଦାକୁ ଆସିଛି। କାର୍ଯ୍ୟରେ ଅହବେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅନ୍ୟ ପୋଲିସ ଅଧିକାରୀଙ୍କ ପାଇଁ ହେବ ଏକ ଉଦାହରଣ । ଏହି ଭଳି ଘଟଣା ପୋଲିସ ପାଇଁ ଏକ ଚ୍ଚେଲେଚ୍ ସୃଷ୍ଟି କରିଛି ।

ଏହ ଘଟଣାରେ ଶନିବାର ( ୧୩/୦୩/୨୦୨୧ ) ଯାଁଳା ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ଭୁବନେଶ୍ୱର D.C.P । ଗଞ୍ଜେଇ ଚୋରା ଚାଲାଣ ମାମଲାରେ ସିଜି ହୋଇ ୨୦୧୯ ମସିହାରୁ ଫାଣ୍ଡି ପରିସରରେ କାର୍ ରହିଥିଲା । ଫେବ୍ରୁଆରୀ ମାସରେ ଗାଡ଼ି ନେବା ବେଳେ ସାମନାକୁ ଆସିଥିଲା କଙ୍କାଳ ସସପେନ୍ସ । ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଜଣେ ମହିଳାଙ୍କ କଙ୍କାଳ ବୋଲି ଜଣା ପଡ଼ିଛି । ଯାହାଙ୍କର ବୟସ ପାଖାପାଖି ୪୦-୪୫ବର୍ଷ ହେବ ।


ତେଣୁ ଡିସିପିଙ୍କ ନିର୍ଦ୍ଦେଶକ୍ରମେ ରାଜଧାନୀର ଥାନାଗୁଡ଼ିକରେ ପଡ଼ି ରହିଥିବା ସମସ୍ତ କାର୍‍ର ଡୋର ଖୋଲି ଯାଞ୍ଚ କରାଯାଇଛି। ଯେପରିକି କେହି କାର୍‍ ଡୋର ଖୋଲି ଭିତରକୁ ପଶି ନ ପାରନ୍ତି ସେଥିଲାଗି ଡୋରକୁ ଭଲ ଭାବରେ ଲକ୍‍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ଜବତ ଗାଡ଼ିକୁ ନେଇ ପୁଲିସର ଚିନ୍ତା ବଢୁଥିବାରୁ ପୁଲିସ ସବୁ ଗାଡ଼ିର ଏକ ତାଲିକା ପ୍ରସ୍ତୁତ କରୁଛି। ତାଲିକା ଶେଷ ହେବା ପରେ ଗାଡ଼ି ମାଲିକଙ୍କୁ ଗାଡ଼ି ନେବା ପାଇଁ ନୋଟିସ୍‍ ହେବ। ଯେଉଁମାନେ ଗାଡ଼ି ନେବେ ନାହିଁ ସେହି ଗାଡ଼ିଗୁଡ଼ିକୁ ପୁଲିସ ନିଲାମ କରିଦେବ। ଏହାସହ ଯେଉଁ ଗାଡ଼ିଗୁଡ଼ିକର ମାମଲା ଚାଲୁଛି ଉକ୍ତ ଗାଡ଼ିକୁ ଥାନା ପରିସରରେ ସୁରକ୍ଷିତ ଭାବେ ରଖାଯିବ। ଏପରିକି ଥାନା ମାଲଖାନା ଦାୟିତ୍ୱରେ ରହିଥିବା ଅଧିକାରୀ ନିୟମିତ ଭାବେ ଉକ୍ତ ଗାଡ଼ିଗୁଡ଼ିକୁ ଯାଞ୍ଚ କରିବେ। ଥାନାରେ ପଡ଼ି ରହିଥିବା କାରର ଡୋର ଖୋଲି ନିୟମିତ ଭାବେ ଯାଞ୍ଚ କରିବା ପାଇଁ ମଧ୍ୟ କୁହାଯାଇଛି। ଯଦି ସେଥିରେ କେହି ଅବହେଳା କରନ୍ତି ତେବେ ତାଙ୍କ ବିରୋଧରେ କଡ଼ା କାର୍ଯାନୁଷ୍ଠାନ ନିଆଯିବା ପାଇଁ ଚରମବାଣୀ ଶୁଣାଇଛନ୍ତି ଡିସିପି। ସମସ୍ତ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢାଇ ଦିଆଯାଇଛି ।


socialnewsodia.info

Post a Comment

0 Comments