27/03/2021


🌍


Editor by/- Srinibash Rout

୧୯ତମ ଜାତୀୟ ପାରା ଆଥ୍‌ଲେଟିକ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଓଡ଼ିଆ ଝିଅ ଜୟନ୍ତୀ ବେହେରା ।ବେଙ୍ଗାଲୁରୁଠାରେ ଚାଲିଥିବା ପ୍ରତିଯୋଗିତା ।ପ୍ରତିଯୋଗିତାର ୪୦୦ ମିଟର ଟି-୪୭ କାଟେଗୋରିରେ ଜୟନ୍ତୀ ୫୯.୪୩ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।ଆଗକୁ ଆସୁଥିବା ଟୋକିଓ ପାରାଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବା ନେଇ ଆଶା ରହିଛି“ ବୋଲି ଜୟନ୍ତୀ ନିଜ ପ୍ରତିକ୍ରିୟାରେ କହିଛନ୍ତି। ପାରା ସ୍ପୋଟର୍‌ସ ଆସୋସିଏଶନ ଅଫ୍‌ ଓଡ଼ିଶା ପକ୍ଷରୁ ଜୟନ୍ତୀଙ୍କୁ ଅଭିନନ୍ଦନ ଜଣାଯାଇଛି।ରାଜ୍ୟକୁ ଗର୍ବିତ କରିବା ସହିତ ଜୟନ୍ତୀ ବେହେରା ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।


www. socialnewsodia.info