14/03/2021
Editor by/- Srinibash Rout
ପଞ୍ଜିକୃତ କିନ୍ନରଙ୍କ ସଂଖ୍ୟା ଓ କିନ୍ନରମାନେ ରହଣୀ ନେଇ କଲୋନୀ ନିର୍ମାଣ
ରାଜ୍ୟରେ କେଉଁ ଜିଲ୍ଲାରେ କେତେ ଜଣ କିନ୍ନର ପଞ୍ଜିକୃତ ହୋଇଛନ୍ତି ସେମାନଙ୍କ ରହଣୀ ନିମନ୍ତେ କଲୋନୀ ନିର୍ମାଣ ପାଇଁ ସରକାରଙ୍କ ପ୍ରସ୍ତାବ ଥିଲେ ସେ ଦିଗରେ କି ପଦକ୍ଷେପ ଗ୍ରହଣ କରାଯାଉଛି ? ଏନେଇ ବିଧାୟକ ରମେଶ ଚନ୍ଦ୍ର ସାଏ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ବିଧାନସଭାର ପ୍ରଶ୍ନକାଳରେ ପ୍ରଶ୍ନ କରିଥିଲେ । ପ୍ରଶ୍ନରେ ମାନ୍ୟବର ମନ୍ତ୍ରୀ ଉତ୍ତର ରଖିଛନ୍ତି ରାଜ୍ୟରେ ମୋଟ ୨୯୨୪ ଜଣ କିନ୍ନର ପଂଜିକୃତ ହୋଇଛନ୍ତି ।
ପଞ୍ଜିକୃତ ହୋଇଥିବା କିନ୍ନରଙ୍କ ସଂଖ୍ୟା ହେଉଛି ଅନୁଗୋଳ - ୧୯୫,ବାଲେଶ୍ୱର - ୩୦୨,ବରଗଡ-୩୧, ଭଦ୍ରକ - ୩୨,ବଲାଙ୍ଗୀର-୧୫୩, ବୌଦ୍ଧ-୧୨, କଟକ -୧୮୩,ଦେବଗଡ-୨୬, ଢେଙ୍କାନାଳ - ୧୩୬, ଗଜପତି -୩୪, ଗଞ୍ଜାମ -୯୦, ଜଗତସିଂହପୁର-୧୭, ଯାଜପୁର - ୪୦,ଝାରସୁଗୁଡା -୪୦, କଳାହାଣ୍ଡି - ୯୬, କନ୍ଧମାଳ - ୬୫,କେନ୍ଦ୍ରୋଡା-୪, କେନ୍ଦୁଝର - ୪୯, ଖୋର୍ଦ୍ଧା -୨୮୩, କୋରାପୁଟ -୧୨୭, ମାଲକାନଗିରି - ୪୨, ମୟୁରଭଞ୍ଜ - ୪୮୫,ନବରଙ୍ଗପୁର - ୨୩, ନୟାଗଡ - ୩୬, ନୂଆପଡା -୬, ପୁରୀ - ୪୧, ରାୟଗଡା - ୨୦୯, ସମ୍ବଲପୁର - ୬୫, ସୋନପୁର - ୩୦, ସୁନ୍ଦରଗଡ -୭୨ ।
ବିଭାଗ ତରଫରୁ ବାସହୀନ କିନ୍ନରଙ୍କ
ନିମନ୍ତେ ପ୍ରଚଳିତ ଯୋଜନା ମାଧ୍ୟମରେ ଗୃହ ନିର୍ମାଣ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଙ୍କୁ ଅନୁରୋଧ କରାଯାଇଛି ବୋଲି ବିଧାନସଭାର ପ୍ରଶ୍ନକାଳରେ କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।
socialnewsodia.info
0 Comments