18/03/2021


🌍


Editor by/- Srinibash Rout

ଦେଶରେ ପୁଣିଥରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟର ପ୍ରତିନିଧିମାନଙ୍କ ସହିତ ବୌଠକ କରିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟକୁ ୩ଟି ସୂତ୍ର ବିଷୟରେ କହିଛନ୍ତି । ପୂର୍ବପରି ଆଉଥରେ ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟ୍‌ମେଣ୍ଟକୁ ଅଧିକ ଧ୍ୟାନ ଦେବାକୁ ଏଥିରେ ସେ କହିଛନ୍ତି । ମହାରାଷ୍ଟ୍ର, ପଞ୍ଜାବ, କେରଳ ଭଳି ରାଜ୍ୟରେ ବଢ଼ୁଥିବା ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିଛନ୍ତି ।


କରୋନାର ଏହି ଲହରକୁ ନେଇ ବୈଠକରେ ମୋଦୀ କହିଛନ୍ତି ଯେ, ବିଶ୍ୱରେ କରୋନାରେ ଏପରି ପ୍ରଭିବିତ ଦେଶ ଅଛନ୍ତି ଯେଉଁଠାରେ କି କୋଭିଡ୍‌ର ବିଭିନ୍ନ ପ୍ରକାର ଲହର ଆସିସାରିଲାଣି । ଆମ ଦେଶର କିଛି ରାଜ୍ୟରେ ଏହି ଲହର ଦେଖାଗଲାଣି । ମହାରାଷ୍ଟ୍ର- ମଧ୍ୟପ୍ରଦେଶ ଭଳି ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହା ଲହରକୁ ଯଦି ଆଟକାଇ ନପାରିବା ତେବେ ସାରା ଦେଶରେ ଏହାର ପ୍ରଭାବ ଦେଖା ଦେଇପାରେ ।


ବୈଠକରେ ସମ୍ୱୋନ୍ଧନ କରି ସେ କହିଛନ୍ତି ଯେ, ଜନତାଙ୍କୁ ଭାୟଭୀତ କରିବା ଅନୁଚିତ୍‌ । ଦେଶରେ ଭୟର ବାତାବରଣ ସୃଷ୍ଟି ନହେବା ଉଚିତ୍‌ । ଲୋକଙ୍କୁ ଚିନ୍ତାରୁ ମୁକ୍ତି ଦେବା ପାଇଁ ପୂର୍ବ ଅନୁଭବକୁ ବିଚାର କରି ଆମକୁ ପଦକ୍ଷେପ ନେବାକୁ ପଡ଼ିବ ବୋଲି ସେ କହିଛନ୍ତି ।


ସଂକ୍ରମଣକୁ ରୋକିବା ପାଇଁ ଟେଷ୍ଟ୍‌-ଟ୍ରାକ୍‌ ଏବଂ ଟ୍ରିଟ୍‌କୁ ପୁଣିଥରେ ଗମ୍ଭୀରତାର ସହିତ ନେବା ଦରକାର । ଟେଷ୍ଟିଂକୁ ବଢ଼ାଇବାକୁ ପଡ଼ିବ, ଆର୍‌ଟି-ପିସିଆର୍‌ ଟେଷ୍ଟ ସଂଖ୍ୟା ୭୦ ପ୍ରତିଶତ ବଢ଼ାଇବାକୁ ପଡ଼ିବା । କେରଳ, ୟୁପି ଏବଂ ଛତିଶଗଡ଼ରେ ରାପିଡ୍‌ ଟେଷ୍ଟିଂ ଜାରି ରହିବା ଆବଶ୍ୟକ ।


ଭ୍ୟାକ୍ସିନେସନ୍‌ ବା ଟିକାକରଣକୁ ନେଇ ମୋଦି କହିଛନ୍ତି ଯେ, ଦେଶରେ ଟିକାକରଣକୁ ଆହୁରି ବଢ଼ାଇବାକୁ ପଡ଼ିବ । ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ୟୁପିରେ ଟିକାକରଣ ମାତ୍ର ୧୦ ପ୍ରତିଶତ ରହିଛି । ଏହାକୁ ବଢ଼ାଇବାକୁ ହେବ ।  ଦେଶରେ ପ୍ରତ୍ୟେକ ଦିନ ୩୦ ଲକ୍ଷ ଟିକାକରଣ କରାଯାଉଥିବା ସେ ଏହି ବୈଠକରେ ସୂଚନା ଦେଇଛନ୍ତି ।


ଏହି ବୈଠକରେ ରାଜ୍ୟ ପ୍ରତିନିଧିମାନଙ୍କୁ ସେ ୫ଟି ମନ୍ତ୍ର ଦେଇଛନ୍ତି –


୧. ଟିକାକରଣ ଜାରି ରହିବ ଏଥିସହିତ ଗାଇଡ୍‌ଲାଇନ୍‌ ମଧ୍ୟ ପାଳନ କରାଯିବ*


୨. ଆର୍‌ଟି-ପିସିଆର୍‌ ଟେଷ୍ଟିଂକୁ ବଢ଼ାଇବାକୁ ପଡ଼ିବ


୩. କ୍ଷୁଦ୍ର କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ପ୍ରସ୍ତୁତ କରିବାକୁ ଧ୍ୟାନ ଦିଆଯିବ


୪. ଭ୍ୟାକ୍ସିନ୍ ଦିଆଯାଉଥିବା କେନ୍ଦ୍ର ସଂଖ୍ୟା ବଢ଼ାଇବାକୁ ହେବ


୫. ଭ୍ୟାକ୍ସିନ୍‌ର ଏକ୍ସପାରୀ ତାରିଖକୁ ମଧ୍ୟ ଧ୍ୟାନରେ ରଖିବାକୁ ହେବ


ତେବେ ଦେଶରେ କିଛି ଦିନରେ ପାଖାପାଖି ୨୦ ହଜାରରୁ ଉର୍ଦ୍ଧ୍ୱ କୋଭିଡ୍‌ ମାମଲା ଏବେ ସାମ୍ନାକୁ ଆସିଥିବା ଲକ୍ଷ୍ୟ କରାଯାଇଛି ।



www. socialnewsodia.info