Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

C.B.I ଟିମ୍ ଅଞ୍ଜନା ମିଶ୍ରଙ୍କ ଘରେ; ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା ବିଷୟରେ ପଚରାଉଚରା କରିବା ସହିତ ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ ବୋଲି C.B.I ଟିମ୍ ପକ୍ଷରୁ ସୂଚନା ।




27/03/2021


କଟକ/ଭୁବନେଶ୍ୱର 📌


Editor by/- Srinibash Rout 

୧୯୯୯ ମସିହା ଜାନୁଆରୀ ୯ ତାରିଖର ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା। ଆଜକୁ ଦୀର୍ଘ  ୨୨ ବର୍ଷର ମାମଲା ।ବାରଙ୍ଗ ଅଞ୍ଚଳର ଅଞ୍ଜନା ମିଶ୍ରଙ୍କୁ ଗଣଦୁଷ୍କର୍ମ କରି ନର ରାକ୍ଷସ ପ୍ରକୃତି ମଣିଷ ମାନେ ମାରିଦେଇଥିଲେ । C.B.I ମାମଲାର ତଦନ୍ତ କରି ଅପରାଧି ମାନଙ୍କୁ ଧରି ବିଚାର ବିଭାଗୀୟ ହାଜତକୁ ପଠାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଧରି ପାରିନଥିଲେ । 


୨୦୨୧ ରେ ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ନାମା ଜାରି କରିବା ପରେ । Commissionerate police ପକ୍ଷରୁ ସ୍ବତନ୍ତ୍ର ଟିମ୍ ଗଠନ କରାଯିବା ସହିତ ODISHA POLICE ସହାୟତାରେ ରାଜ୍ୟ ବାହାରୁ ଗିରଫ କରାଯାଇଥିଲା ମୁଖ୍ୟ ଅଭିଯୁକ୍ତକୁ । ଅଭିଯୁକ୍ତ ନିଜ ନାମ ବଦଳାଇ ରହୁଥିଲା ବାହାର ରାଜ୍ୟରେ ।


C.B.I ଦୁଇ ଦିନିଆ ରିମାଣ୍ଡରେ ନେଇ ବିବନ ବିଶ୍ଵାଳକୁ ଜେରା କରିବା ସହ ଘଟଣାର ରିକ୍ରିଏସନ କରିଥିଲା। ଏହା ପରେ ବିବନକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଏହି ହାଇ ପ୍ରୋଫାଇଲ କେସ୍‌ ଓ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ଵାଳର ଗିରଫ ପ୍ରସଙ୍ଗରେ ଅଞ୍ଜନାଙ୍କ ଘରେ ୨ ଜଣିଆ C.B.I ଟିମ୍ ଶୁକ୍ରବାର ( ୨୬/୦୩/୨୦୨୧ ) ପହଞ୍ଚି ପଚରାଉଚୁରା କରିଛି। ଘଟଣା ବିଷୟରେ C.B.I ଟିମ୍ ଅଞ୍ଜନାଙ୍କ ସହ ଆଲୋଚନା କରିଛି। ଅଞ୍ଜନାଙ୍କ ସହ C.B.I ଟିମ୍‌ର ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଆଲୋଚନା ହୋଇଛି। ଖୁବ୍ ଶୀଘ୍ର କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯିବ ବୋଲି C.B.I ଟିମ୍ ପକ୍ଷରୁ ସୂଚନା ।ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା ।



www. socialnewsodia.info📡

Post a Comment

0 Comments