29/03/2021
ଉଦଳା/ମୟୂରଭଞ୍ଜ📌
Editor by/- Srinibash Rout
ହେଲମେଟ୍ ପିନ୍ଧିନଥିବାରୁ ୩ କିଲୋମିଟର ଚାଲି ଚାଲି ଥାନାକୁ ଗଲେ ୮ ମାସର ଗର୍ଭବତୀ ।ଘଟଣାକୁ ନେଇ ସ୍ୱାମୀ/ସ୍ତ୍ରୀ S.D.P.Oଙ୍କ ନିକଟରେ କଲେ ଅଭିଯୋଗ। ଅଭିଯୋଗ ପାଇବା ପରେ ସଂପୃକ୍ତ O.I.Cଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ S.D.P.O
ରବିବାର (୨୮/୦୩/୨୦୨୧) ଅପରାହ୍ନରେ ଏହି ଘଟଣାର ତଦନ୍ତ କରି ମୟୂରଭଞ୍ଜ S.P ନିଲମ୍ବିତ କରିଛିନ୍ତି ଶରତ ଥାନା ଅଧିକାରୀଣୀ O.I.C ରୀନା ବକ୍ସଲା ଙ୍କୁ ।
ମାନବିକତା ଭୁଲିଗଲେ ଥାନା ଅଧିକାରୀଣୀ ହେଲମେଟ୍ ଚେକିଂ ବେଳେ ଗର୍ଭବତୀଙ୍କୁ 3 k.m ଚଲାଇଥିଲେ। ଜିଲ୍ଲା ଶରତ ଥାନା ଅଧିକାରୀଣୀ O.I.C ରୀନା ବକ୍ସଲା । ହେଲ୍ମେଟ ଚେକିଂବେଳେ O.I.C ରୀନା ବକ୍ସଲା ତାଙ୍କୁ ଧରିଥିଲେ ଏବଂ ତାଙ୍କର ଚାଲାଣ କାଟିଥିଲେ। ଅନ୍ଲାଇନ୍ରେ ପେମେଣ୍ଟ କରିବା ପାଇଁ ମହିଳାଙ୍କ ସ୍ୱାମୀ କହିବାରୁ ରାଜି ହୋଇ ନ ଥିଲେ O.I.C ରୀନା ବକ୍ସଲା ।O.I.C ଗର୍ଭବତୀ ସ୍ତ୍ରୀକୁ ରାସ୍ତା ଉପରେ ଛାଡ଼ି ସ୍ୱାମୀକୁ ଧରି ଥାନାକୁ ନେଇ ଯାଇଥିଲେ। ପରେ ଗର୍ଭବତୀ ମହିଳା ୩ କିମି ଚାଲି ଚାଲି ଥାନାକୁ ଯାଇଥିଲେ ।
www. socialnewsodia.info 📡
0 Comments