14/03/2021
🌍
Editor by/- Srinibash Rout
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଓ ପ୍ରବଳ ଖରା ବଢ଼ୁଥିବାକୁ ଦୃଷ୍ଟିରେ ରଖି ଆଉ ସ୍କୁଲ୍ ଖୋଲିବା ସମ୍ଭବ ନୁହେଁ । ଜୁନରେ ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇପାରେ। କିନ୍ତୁ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କର କ୍ଲାସ୍ ଚାଲିଥିବାରୁ ସେମାନଙ୍କର ଅଫ୍ ଲାଇନରେ ଚଳିତ ବର୍ଷ ପରୀକ୍ଷା ହେବ। କିନ୍ତୁ ପ୍ରଥମରୁ ଅଷ୍ଟମ ଯାଏ ଆଉ ସ୍କୁଲ ଖୋଲିବନି କି କ୍ଲାସ୍ ହେବନି,ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ବାର୍ଷିକ ପରୀକ୍ଷା (Annual Examination) ହେବେ ପାସ୍ । ଗତବର୍ଷ ଭଳି ଏଥର ବି ପରୀକ୍ଷା ନ କରି କ୍ଲାସ ପ୍ରମୋସନ କରାଯିବ ।ଏନେଇ ବିଧିବଦ୍ଧ ନିଷ୍ପତ୍ତି ହୋଇ ନ ଥିଲେ ମଧ୍ୟ ଏହାହିଁ ସ୍ଥିର ହୋଇଛି ବୋଲି ସମସ୍ତ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ Samir Ranjan Das .
ଅନ୍ୟପକ୍ଷରେ ମନ୍ତ୍ରୀ Sir samir Ranjan Das ଶନିବାର (୧୩/୦୩/୨୦୨୧) ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ମାଧ୍ୟମିକ ଶିକ୍ଷା ବୋର୍ଡ଼ଦ୍ୱାରା ନିର୍ଦ୍ଧାରିତ ପରୀକ୍ଷା ପଦ୍ଧତି ଗ୍ରହଣ କରି ମାର୍ଚ୍ଚରେ ଦଶମ ଛାତ୍ରଛାତ୍ରୀଙ୍କ ପ୍ରି-ବୋର୍ଡ଼ ପରୀକ୍ଷା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
socialnewsodia.info
0 Comments