Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

XIMB) ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ କ୍ୟାମ୍ପସରୁ ୨୩ଜଣ କରୋନା ସଂକ୍ରମିତ ଚିହ୍ନଟ; ପ୍ରଶାସନ ବନ୍ଦ୍ କଲା କ୍ୟାମ୍ପସ ।



22/03/2021


ଭୁବନେଶ୍ୱର 📌


Editor by/- Srinibash Rout

ରାଜଧାନୀ ଭୁବନେଶ୍ବରରେ ପୁଣି କରୋନା ଆତଙ୍କ। ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରୁ ୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ଜାଣିବାକୁ ପାଇବା ପରେ ସୋମବାର (୨୨/୦୩/୨୦୨୧) ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ କ୍ୟାମ୍ପସ ବନ୍ଦ୍ କରାଯାଇଛି। ଭିତରକୁ ବାହାର ଲୋକଙ୍କୁ ପ୍ରବେଶ ନିଷେଧ କରାଯାଇଛି। ବିଏମସିର ବିନା ଅନୁମତିରେ କେହି କ୍ୟାମ୍ପସ ଭିତରେ ପ୍ରବେଶ କି ବାହାରକୁ ବାହାରି ପାରିବେ ନାହିଁ । ସମସ୍ତ ଆକ୍ରାନ୍ତ ଆଇସୋଲେସନରେ ରଖାଯାଇଛି । କ୍ୟାମ୍ପସ ଭିତରେ ଥିବା ଲୋକଙ୍କୁ ବିଏମସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ମେଡିସିନ୍ ଆଦି ଯୋଗାଇ ଦିଆଯିବ । XIMB କ୍ୟାମ୍ପସ ଭିତରେ ଥିବା ଅନ୍ୟ ଅନୁଷ୍ଠାନ ବି ଅନାଦେଶ ଯାଏ ବନ୍ଦ ରହିବ ।ଏ ସମସ୍ତ ସୂଚନା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରକାଶ।


www. socialnewsodia.info

Post a Comment

0 Comments