05/04/2021
ପିପିଲି/ପୁରୀ 📌
Editor by/- Srinibash Rout
ନୀଳ ରଙ୍ଗର ପଲସର ବାଇକରେ ଯାଉଥିବା ୨ ଆରୋହୀଙ୍କଠାରୁ ୫୦ ଲକ୍ଷ ଟଙ୍କା ଜବତ କରାଯାଇଛି ।ପିପିଲିରେ ଉପନିର୍ବାଚନକୁ ନେଇ ରାଜନୈତିକ ସ୍ଥିତି ସରଗରମ ରହିଥିବା ବେଳେ ରବିବାର (୦୫/୦୪/୨୦୨୧) ପିପିଲି ଟୋଲ ଗେଟ୍ ନିକଟ ତରାକାଜ ଛକରୁ ଲିସର ରୁଟିନ ଚେକିଂ ବେଳେ ଏହି ଟଙ୍କା ମିଳିଛି। ତେବେ ଏତେ ଟଙ୍କା କେଉଁଠୁ ଆସିଲା ଆଉ ଟଙ୍କା କୁଆଡେ ଯାଉଥିଲା ସେ ନେଇ ଉକ୍ତ ୨ ଯୁବକଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାପଡ଼ିଛି। ଉଭୟ ଯୁବକ ବଳଙ୍ଗା ଅଞ୍ଚଳର ହୋଇଥିବା ସୂଚନା। ମାତ୍ର କୌଣସି ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଏହି ଟଙ୍କା ଆସିଥିବା ସନ୍ଦେହ କରାଯାଉଛି ।ପିପିଲିରେ ଉପ ନିର୍ବାଚନ ପାଇଁ ଚାଲିଛି ଜୋରଦାର ଚେକିଂ । ଛକ ଛକରେ ପଇଁତରା ମାରୁଛି ପୋଲିସ ।
www. socialnewsodia.info
0 Comments