30/04/2021


ନୂଆଦିଲ୍ଲୀ 📌


EDITOR BY/- Srinibash Rout

ଜାତୀୟ ଗଣମାଧ୍ୟମର ପ୍ରତିଷ୍ଠିତ ଲୋକପ୍ରିୟ ସାମ୍ବାଦିକ ଉପସ୍ଥାପକ ରୋହିତ ସରଦାନାଙ୍କ ଦେହାନ୍ତ । ନିକଟରେ କରୋନା ସଂକ୍ରମିତ ହୋଇଥିଲେ ରୋହିତ ସରଦାନା।ମାତ୍ର ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା ।ଗୁରୁବାର (୨୯/୦୪/୨୦୨୧)ରାତିରେ ନିଜର ସହକର୍ମୀଙ୍କୁ ଫୋନ୍ କରି କଥା ମଧ୍ୟ ହୋଇଥିଲେ। ହେଲେ ବିଳମ୍ୱିତ ରାତିରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିଯିବାରୁ ନୋଏଡାର ମେଟ୍ରୋ ହସ୍ପିଟାଲରେ ତାଙ୍କୁ ତୁରନ୍ତ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର (୩୦/୦୪/୨୦୨୧) ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି ।ତାଙ୍କର ଦୁଇଟି ଝିଅ ଓ ପତ୍ନୀ ଅଛନ୍ତି। ସେ ଦିଲ୍ଲୀରେ ପରିବାର ସହ ରହିଆସୁଥିଲେ। ଇଟାଓ୍ୱା, ସାହାରା ସମୟ, ଜି ନ୍ୟୁଜ ଏବଂ ପରେ ଗତ ୨୦୧୭ରେ ‘ଆଜ ତକ’ରେ କାର୍ଯ୍ୟ କରୁଥିଲେ। ସେ ଜଣେ ବେଶ ଜଣାଶୁଣା ବ୍ୟକ୍ତିତ୍ୱ ଥିଲେ ।‘ଆଜ ତକ’ ନ୍ୟୁଜ ଚ୍ୟାନେଲର ‘ଦଙ୍ଗଲ’ ନାମକ କାର୍ଯ୍ୟକ୍ରମର ଉପସ୍ଥାପନ କରି ଅପାର ସଫଳତା ପାଇଥିଲେ। ତାଙ୍କ ବିୟୋଗ ଗଣମାଧ୍ୟମ ଶିଳ୍ପକୁ ଏକ ଶକ୍ତ ଧକ୍କା ଲାଗିଛି । ଅନେକ ପ୍ରସିଦ୍ଧ ସାମ୍ବାଦିକ ତାଙ୍କ ଦେହାନ୍ତ ଖବରକୁ ଶେୟାର କରିବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି । ଆମ SOCIAL NEWS ODIA ପରିବାର ତରଫରୁ ଏତିକି ପାର୍ଥକ୍ୟ କରୁଛୁ ଜଗତର ନାଥ ଜଗନ୍ନାଥଙ୍କ ପାଖରେ 🪔🙏🏻🪔ତାଙ୍କ ଅମର ଆତ୍ମାର ସଦଗତି୍ ହେଉ ।ଆଉ ଏ ଦୁନିଆରେ ନାହାଁନ୍ତି ଟେଲିଭିଜନ ଜଗତର ବଡ ସାମ୍ବାଦିକ ତଥା ପ୍ରସିଦ୍ଧ ନ୍ୟୁଜ ଉପସ୍ଥାପକ ଏବଂ ଲୋକପ୍ରିୟ ସାମ୍ବାଦିକ ରୋହିତ ସରଦାନା ।



 



WWW. SOCIALNEWSODIA.INFO