01/04/2021
🌍
Editor by/- Srinibash Rout
ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ପୂରଣ ହେବ। ରାଜ୍ୟ ସରକାରଙ୍କ ଦକ୍ଷତା କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଏ ସଂପର୍କିତ ପ୍ରସ୍ତାବ ବିଧାନସଭାରେ ଗୃହୀତ ହୋଇଥିଲା । ଗତ ସପ୍ତାହରେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ🎓 ଏହି ପ୍ରସ୍ତାବ ଆଗତ କରିଥିଲେ । କିଛି ମାସ ତଳେ ରାଜ୍ୟ କ୍ୟାବିନେଟରେ ଏହି ପ୍ରସ୍ତାବ ଅନୁମୋଦିତ ହୋଇଥିଲା । ଛାତ୍ରଛାତ୍ରୀମାନେ ଆଗାମୀ ଭବିଷ୍ୟତ । ଉଚ୍ଚଶିକ୍ଷା ଯୋଗାଇବା ଉଚ୍ଚଶିକ୍ଷିତ କରିବା ବାପା/ମା ବା ଅଭିଭାବକ ମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଥାଏ । ଅର୍ଥର ଅଭାବ ସହିତ ସାହାଯ୍ୟ ସହଯୋଗ ଟିକେ ପାଇ ପାରିବାରୁ ନାହାନ୍ତି । ଯାହା ଫଳରେ ପିଲା ମାନଙ୍କୁ ଉଚ୍ଚଶିକ୍ଷିତ କରିବା ବାପା ମା'ଙ୍କ ପାଇଁ ମଧ୍ୟ ଏକ ସ୍ବପ୍ନ ହୋଇଯାଏ। ଏହି ସମସ୍ତ ଅସୁବିଧା ଏବେ ଦୂର ହେବ । ରାଜ୍ୟ ସରକାର ନବୀନ ପଟ୍ଟନାୟକ 🎓 ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଭାର ବହନ କରୁଛନ୍ତି।ପାଠ ପଢିବା ଆଗକୁ ବଢିବା ।
ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଡଃ ଏ.କେ. ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ସୁପାରିସକ୍ରମେ ଏହା ଲାଗୁ ହୋଇଛି। ଏପରି ବ୍ୟବସ୍ଥା ଦ୍ୱାରା ଆର୍ଥିକ ଓ ପାରିପାର୍ଶ୍ବିକ ଅସୁବିଧା କାରଣରୁ କୋଚିଂ ପ୍ରତିଷ୍ଠାନରେ ପଢିପାରୁନଥିବା ଲକ୍ଷ ଲକ୍ଷ ମେଧାବୀ ଛାତ୍ରଛାତ୍ରୀ ଲାଭବାନ ହେବେ।
www. socialnewsodia.info
0 Comments