22/04/2021
ନୂଆଦିଲ୍ଲୀ📌
EDITOR BY/- Srinibash Rout
କୋଭିଡ ସ୍ଥିତିର ସମୀକ୍ଷା ପାଇଁ ଶୁକ୍ରବାର (୨୩/୦୪/୨୦୨୧) ବସିବାକୁ ଯାଉଛି ଏକ ଉଚ୍ଚସ୍ତରୀୟ ବୈଠକ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ପଞ୍ଚିମବଙ୍ଗ ଗସ୍ତ ସହ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମକୁ ବାତିଲ କରିଥିବା ଗୁରୁବାର(୨୨/୦୪/୨୦୨୧) ସାମାଜିକ ଗଣମାଧ୍ୟମ ଜରିଆରେ ଏହି ସୂଚନା ଦେଇଛନ୍ତି। ପଞ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ପଞ୍ଚିମବଙ୍ଗ ଗସ୍ତକୁ ବାତିଲ କରିଛନ୍ତି। ସୂଚନା ଯୋଗ୍ୟ, ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ୪ଟି ନିର୍ବାଚନୀ ସଭାରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିଲା।
WWW. SOCIALNEWSODIA.INFO
0 Comments