Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ରାଜଧାନୀ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ପ୍ରଫେସରଙ୍କ ରିପୋର୍ଟ ପଜିଟିଭ; କରୋନା 🦠 ବଢ଼ାଉଛି ଚିନ୍ତା ବଦଳାଉଛି ରୂପ।

 


01/04/2021


ଭୁବନେଶ୍ୱର 📌


Editor by/- Srinibash Rout

କରୋନା ରିପୋର୍ଟ ପଜିଟିଭ ବିଶ୍ଵବିଦ୍ୟାଳୟର ଜଣେ ପ୍ରଫେସରଙ୍କ ଆସିଛି ବୁଧବାର ( ୩୧/୦୩/୨୦୨୧) । ଚିନ୍ତା ବଢିଲା ବିଶ୍ବ ବିଦ୍ୟାଳୟକୁ ନେଇ । ଭୁବନେଶ୍ୱର ରାଜଧାନୀ  ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ବେଶ ପରିଚିତ ରାଜ୍ୟର କୋଣ ଅନୁକୋଣ ଦେଶ ବିଦେଶରେ । ବହୁତ ଛାତ୍ରଛାତ୍ରୀ ଏଠାରେ ପଠ ପଢନ୍ତି ବା ଉଚ୍ଚ ଶିକ୍ଷା ଯୋଗାଇ ଥାଏ ଏହି ମହାବିଦ୍ୟାଳୟ। ପ୍ରଫେସରଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଆସନ୍ତାକାଲି ବିଶ୍ବବିଦ୍ୟାଳୟରେ କରୋନା ଟେଷ୍ଟ ହେବ ବୋଲି ଜଣାପଡିଛି। ଛାତ୍ରୀ, ଅଧ୍ୟାପିକା ଓ କର୍ମଚାରୀଙ୍କର କରୋନା ଟେଷ୍ଟ ହେବ। ପ୍ରାୟ ଦୁଇ ଶହ ଜଣଙ୍କର ଆରଟିପିସିଆର ଟେଷ୍ଟ କରାଯିବ। ପ୍ରତିଦିନ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ଯାହା ଚିନ୍ତାର କାରଣ ପାଲଟିଛି।


ସୂଚନାଯୋଗ୍ୟ ବୁଧବାର (୩୧/୦୩/୨୦୨୧) ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ପୁଣି ୨୯୭ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଏଥି ମଧ୍ୟରୁ ୧୭୪ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୧୨୩ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୪୦,୯୧୭ରେ ପହଞ୍ଚିଥିବା ବେଳେ ୩,୩୬,୯୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହିତ ୨୦୧୩ ଜଣ ଚିକିତ୍ସାଧୀନ ଅଛନ୍ତି।



www. socialnewsodia.info

Post a Comment

0 Comments