୧୦/୦୪/୨୦୨୧


🌍


Editor by/- Srinibash Rout

😷 ମାସ୍କ ନପିନ୍ଧି ବାହାରୁକୁ ଆସୁଥିଲେ ମୋଟା ଅଙ୍କର ଫାଇନ୍ । କିଛି ଲୋକଙ୍କ ଅସାବଧାନତା ସାରା ସମାଜକୁ ଅସୁବିଧାରେ ପକାଇ ପାରେ। କରୋନାର ଦ୍ୱିତୀୟ ଲହରକୁ ନେଇ ଶୁକ୍ରବାର (୦୯/୦୪/୨୦୨୧) ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 🎓ଏହି କଥା କହିଛନ୍ତି ।ମାନବ ଇତିହାସରେ ଏଭଳି ସଂକଟ କେବେ ବି ଆସିନଥିଲା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି ଏହି ମହାମାରୀ ଭାଇରସ । ସତର୍କ ସଚେତନ ରହିବା  ଲକଡାଉନ ପରି ସ୍ଥିତିକୁ ଏଡ଼ାଇବା ପାଇଁ ମାସ୍କ ନିୟମିତ ପିନ୍ଧିବା ସହ ମହାମାରୀ ନିୟମର କଡ଼ାକଡ଼ି ପାଳନ କରିବା ।

ଏନେଇ ଶୁକ୍ରବାର ମଧ୍ୟ ରାଜ୍ୟ ସରକାର ଏପିଡେମିକ୍ ଡିଜିଜ୍ ଆକ୍ଟ‌୍‌ରେ ସଂଶୋଧନ କରିଛନ୍ତି। ଯେଉଁମାନେ ମାସ୍କ ନପିନ୍ଧିବେ ସେମାନେ ଦୁଇଗୁଣା ଜୋରିମାନା ଦେବେ। ୧୪ ଦିନିଆ ମାସ୍କ ଅଭିଯାନ ଆରମ୍ଭ କରି ଜନସାଧାରଣଙ୍କୁ ସଚେତନ ସତର୍କ କରେଇବା ସହିତ ଠିକ୍ ଭାବେ ମାସ୍କ ନଥିବା ଖିଲାଫକାରୀଙ୍କ ଠାରୁ ୧ମ ଓ ୨ୟ ଥର ପର୍ଯ୍ୟନ୍ତ ଏକ ହଜାର ଟଙ୍କା ବଦଳରେ "ଦୁଇ ହଜାର ଟଙ୍କା" ଫାଇନ୍ ଆଦାୟ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 


www. socialnewsodia.info