11/04/2021


କେନ୍ଦ୍ରାପଡ଼ା 📌


www.socialnewsodia.info

ଘରୋଇ ସୂର୍ଯ୍ୟ ନର୍ସିଙ୍ଗ ହୋମରେ ଏକ ବିରଳ ଶିଶୁକନ୍ୟା ଜନ୍ମ ଗ୍ରହଣ କରିଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ କଣଗାଁର ଉମାକାନ୍ତ ପରିଡ଼ାଙ୍କ ସ୍ତ୍ରୀ ଅମ୍ବିକା ଏହି ଶିଶୁଟିକୁ ଜନ୍ମ ଦେଇଛନ୍ତି। ଏହା ଉମାକାନ୍ତଙ୍କ ଦ୍ୱିତୀୟ ସନ୍ତାନ ବୋଲି ଜଣାପଡ଼ିଛି।ଶିଶୁଟିର ପିଠିରେ ଗୋଟିଏ ହାତ ରହିଛି।  ରବିବାର (୧୧/୦୪/୨୦୨୧) ପୂର୍ବାହ୍ଣ ୧୧ଟା ସମୟରେ ଏହି ଶିଶୁ ଜନ୍ମ ହୋଇଛି ।ଯାହାର ଦୁଇଟି ମୁଣ୍ଡ, ୩ଟି ହାତ, ୪ଟି ଆଖି ସହିତ ୪ଟି କାନ ମଧ୍ୟ ରହିଛି ।ପରେ ଶିଶୁକନ୍ୟାକୁ କଟକ ଶିଶୁ ଭବନକୁ ସ୍ଥାନାନ୍ତରଣ କରାଯାଇଛି ।ଶିଶୁକନ୍ୟାଟି ଏବେ ସୁସ୍ଥ ଥିବା ସୂଚନା।