08/04/2021


🌍


Chief Reporter & Editor/- Srinibash Rout

୨ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଚେକ୍ ପ୍ରଦାନ କଲେ ଶୁଭେଚ୍ଛା ଜଣାଇଲେ ଓ ଶୁଭକାମନା କଲେ ମୁଖ୍ୟମନ୍ତ୍ରୀ 🎓। ବୁଧବାର ( ୦୭/୦୪/୨୦୨୧) ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜାତୀୟ ସ୍ତରରେ ରେକର୍ଡ ହାସଲ କରିଥିବା ଓଡ଼ିଶା ସାଇକେଲିଷ୍ଟ ସ୍ୱାତୀ ସିଂଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।ଏଥିସହ ସ୍ୱାତୀଙ୍କୁ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି ।ସାଇକେଲିଂ କ୍ରୀଡ଼ାରେ ତୁମର ସଫଳତା ଆଗାମୀ ପିଢିର ମହିଳା କ୍ରୀଡ଼ାବିତ୍‌ମାନଙ୍କୁ ପ୍ରେରଣା ଯୋଗାଇବା ସହିତ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।



(୧) ଗୁଆହାଟୀରେ ଆୟୋଜିତ ୨୦୨୦ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ୨ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ ସ୍ବସ୍ତି ସିଂହ ।


(୨) ମହାରାଷ୍ଟ୍ରର ପୁଣେରେ ଆୟୋଜିତ ୨୫ତମ ଜାତୀୟ ରୋଡ୍‌ ସାଇକେଲିଂ ଚମ୍ପିଆନସିପ୍‌ର ବ୍ୟକ୍ତିଗତ ୩୦୦୦ ମିଟର ପର୍ସ୍ୟୁଟ୍‌ରେ ୪:୦୫:୫୪୭ ସେକେଣ୍ଡରେ ଅତିକ୍ରମ କରି ଜାତୀୟ ରେକର୍ଡ ସହ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ ସ୍ବସ୍ତି ସିଂହ ।


(୩) ହାଇଦରାବାଦ୍‌ରେ ଆୟୋଜିତ ୭୨ତମ ଜାତୀୟ ଟ୍ରାକ୍‌ ସାଇକେଲିଂ ଚମ୍ପିଆନସିପ୍‌ରେ ୧୦ କିଲୋମିଟର ଓ ୨୦ କିଲୋମିଟରରେ ରୌପ୍ୟ ପଦକ ହାସଲ କରିଥିଲେ ସ୍ବସ୍ତି ସିଂହ ।


ଏଥିଲା ସ୍ବସ୍ତି ସିଂହଙ୍କ ସଫଳତା ପଛର କାହାଣୀ ।



www. socialnewsodia.info