14/04/2021


🌍


Editor by/- Srinibash Rout

ଶ୍ରୀ ଗଣେଶାୟ ନମଃ l


🛕ଶ୍ରୀରାମ ଜୟ ରାମ ଜୟ ଜୟ ରାମ 🛕

🔔ସଙ୍କଟ ମୋଚନ ପ୍ରଭୁ ଜୟ ହନୁମାନ 🔔


ଭଗବାନ ମହାଦେବଙ୍କ ଏକାଦଶ ରୁଦ୍ର ଅବତାର ଶ୍ରୀ ହନୁମାନ ଭଗବାନଙ୍କ ଚରଣ କମଳରେ ନିଜକୁ ସମ୍ପୂର୍ଣ ରୂପେ ସମର୍ପଣ କରି ମହାନ ହନୁମାନ ଚାଳିଶାର ଭକ୍ତିପୂତ ଭାବାର୍ଥ ଓଡିଶାବାସୀଙ୍କ ସକଳ ଉନ୍ନତିର କାମନା କରି ମୁଁ ମୋର ଲେଖନୀ ଆରମ୍ଭ କରୁଛି l ଭଗବାନ ମୋତେ ସାହା ହୁଅନ୍ତୁ ଯେପରିକି ସମସ୍ତଙ୍କ ହୃଦୟରୁ ଶ୍ରୀ ରାମ ଓ ଶ୍ରୀ ହନୁମାନ ଭକ୍ତିର ଶ୍ରାବଣୀ ଧାରା ନିର୍ଗତ ହେଉ l


ଭକ୍ତବୃନ୍ଦ ହନୁମାନ ଚାଳିଶାର ଇତିହାସ ବହୁତ କରୁଣାମୟ ପରିସ୍ଥିତିରେ ସୃଷ୍ଟି ହେଇଛି l ଏହାର ସୃଷ୍ଟି କର୍ତ୍ତା ଗୋସ୍ୱାମୀ ତୁଳସୀ ଦାସ ଯିଏ କି ମହର୍ଷି ବାଲ୍ମୀକିଙ୍କ ପୁନର୍ଜନ୍ମ ରୂପେ ଏହି ଧରା ପୃଷ୍ଟରେ ଅବତୀର୍ଣ୍ଣ ହୋଇଥିଲେ ରାମ କଥାର ପ୍ରଚାର ପ୍ରସାର ପାଇଁ l ସେ 12 ମାସ ଯାଏ ନିଜ ମା ପେଟରେ ଥାଇ ରାମ ନାମ ଉଚ୍ଚାରଣ କରୁଥିଲେ l ଗାଁ ଲୋକେ ଏହି ଖବରକୁ ନକରାତ୍ମକ ଦୃଷ୍ଟିରେ ଦେଖି ତୁଲସୀଦାସଙ୍କ ପିତା ଆତ୍ମାରାମ ଦୁବେଙ୍କୁ ନିଆଁ ପାଣି ବାଛନ୍ଦ କରିଦେଇଥିଲେ l ସମସ୍ତେ କହୁଥିଲେ କେହି ଜଣେ ରାକ୍ଷସ ଜନ୍ମ ନେବ ଏବଂ ଗାଁର ଅହିତ କରିବ l ଶେଷରେ ବହୁତ କଠିନ ପରିସ୍ଥିତିରେ ଜନ୍ମ ନିଅନ୍ତି ରାମ ବୋଲା ମାନେ ତୁଳସୀ ଦାସ l ନବଜାତ ଶିଶୁ ଜନ୍ମ ନେବା କ୍ଷଣି ସର୍ବ ପ୍ରଥମ ସ୍ୱର ରାମ ନାମରୁ ଆରମ୍ଭ ହୋଇଥିଲା l ସେ ଦେଖିବାକୁ 5 ବର୍ଷର ପିଲା ଭଳିଆ ଦେଖାଯାଉଥିଲେ ଓ ତାଙ୍କର ପୂରା 32 ଦାନ୍ତ ହୋଇସାରିଥିଲା l ହେଲେ ଗାଁର ଲୋକମାନେ ତୁରନ୍ତ ଖବର ପାଇ ଶିଶୁକୁ ମାରିବା ଉଦ୍ଦେଶ୍ୟରେ ଆସିଲାବେଳେ ଛୁଆର ମାତା ପିତା ଛାତିକୁ ପଥର କରି ନିଜ ଦାସୀ ଚୁନିଆ ହାତରେ ଟେକିଦିଅନ୍ତି l ଆଉ ତାପରେ ଯାହା ହୁଏ କେହି ମଧ୍ୟ କଳ୍ପନା କରିପାରିବେ ନାହିଁ l ସର୍ବ ପ୍ରଥମେ ରାମ ବୋଲା ନିଜ ମା କୁ ହରାନ୍ତି l ଅଲଗା ହେବାର ଦୁଃଖ ସହି ନପାରି କିଛି ଦିନ ପରେ ପିତା ମଧ୍ୟ ଦେହତ୍ୟାଗ କରନ୍ତି l ଚୁନିଆ ଦାସୀ ରାମ ବୋଲାଙ୍କୁ ଧରି ଯେଉଁ ଯେଉଁ ଗାଁକୁ ଯାଆନ୍ତି ଗାଁ ଲୋକେ ଅନ୍ଧବିଶ୍ୱାସର ଶିକାର ହୋଇ ଢ଼େଲା ପଥର ମାରନ୍ତି l ଶେଷରେ ରାମ ବୋଲାଙ୍କୁ ଧରି ଚୁନିଆ ଦାସୀ ଜଙ୍ଗଲକୁ ଚାଲିଯାଏ l ସେଠାରେ ଗୋଟିଏ କୁଡ଼ିଆ କରି ଶିଶୁକୁ ବଡ଼ କରେ l 2 ବର୍ଷ ପରେ ଚୁନିଆ ଦାସୀକୁ ସାପ କାମୁଡି ଦିଏ ଓ ତାର ମୃତ୍ୟୁ ହୁଏ l ଏବେ ଶିଶୁଟି ସମ୍ପୂର୍ଣ ଅନାଥ ହୋଇ ଜଙ୍ଗଲରେ ବୁଲେ l ହନୁମାନ ଭଗବାନ ଛୋଟ ଛୁଆର ସୁରକ୍ଷା ପାଇଁ ଏକ ବାବାଜୀ ରୂପରେ ସବୁବେଳେ ଶିଶୁର ସାଥିରେ ରହି ଅନେକ ବିପତ୍ତିରୁ ରକ୍ଷା କରନ୍ତି l ଶିଶୁଟି ଯେତେବେଳେ 7 ବର୍ଷର ହୋଇଯାଏ ଭଗବାନ ହନୁମାନ କାଶୀରେ ରହୁଥିବା ନରହରିନନ୍ଦ ନାମକ ଏକ ମହାନ ଶିବ ଭକ୍ତ ବାବାଙ୍କୁ ଦିବ୍ୟବାଣୀ କରାଇ ସେଇ ବାଳକକୁ ବାବାଙ୍କ ପାଖକୁ ପଠେଇଲେ l ସେଠି ତାଙ୍କର ବ୍ରତୋପନୟନ ଓ ଶିକ୍ଷା ଆରମ୍ଭ ହେଲା l 15-16 ବର୍ଷ ବେଦ ବେଦାନ୍ତରେ ବିଦ୍ୱାନ ହେଲା ପରେ ସେ ଲୋକଙ୍କୁ ରାମ କଥା କହିବାରେ ଲାଗିଲେ l ତାପରେ ଧାର୍ମିକ କନ୍ୟା ସହିତ ତାଙ୍କର ବିବାହ ହେଲା l ପରବର୍ତ୍ତୀ ସମୟରେ ସ୍ତ୍ରୀର କିଛି ଜ୍ଞାନମୟ ବାଣୀ ଦ୍ୱାରା ଆଘାତ ପ୍ରାପ୍ତ ହେଲେ ଏବଂ ନିଜର ଜୀବନକୁ ସମ୍ପୂର୍ଣ ରୂପେ ରାମ କାର୍ଯ୍ୟରେ ସମର୍ପଣ କରି ସନ୍ୟାସ ନେଲେ l ଏପର୍ଯ୍ୟନ୍ତ ବାବାଜୀ ରୂପରେ ଆସି ହନୁମାନ ତାଙ୍କୁ ବିଭିନ୍ନ ସମୟରେ ସାହାଯ୍ୟ କରିଆସୁଥିଲେ କିନ୍ତୁ ଦିନେ ସେ ବାବାଜୀଙ୍କ ପ୍ରକୃତ କଥା ଜାଣିପାରି ବାବାଜୀଙ୍କୁ ବାସ୍ତବ ରୂପରେ ଆସିବା ପାଇଁ ଜୋରରେ ଅଳି କରିବସିଲେ ଫଳରେ ହନୁମାନଙ୍କୁ ନିଜର ବାସ୍ତବିକ ରୂପରେ ତୁଳସୀ ଦାସଙ୍କୁ ଦର୍ଶନ ଦେବାକୁ ପଡିଲା l ତାପରେ ପୁଣି ଜିଦ କଲେ ଶ୍ରୀ ରାମ ଙ୍କ ଦର୍ଶନ ପାଇଁ l ଭଗବାନ ହନୁମାନ ତାଙ୍କ ତୀବ୍ର ଇଚ୍ଛାକୁ ଶ୍ରୀ ରାମ ଭଗବାନ ପାଖକୁ ପଠେଇଲେ ଆଉ ଶ୍ରୀ ରାମ ଓ ଲକ୍ଷ୍ମଣ ନିଜେ ଆସି ତାଙ୍କର ଦର୍ଶନ ଦେଲେ ଏବଂ ତିଳକ କରି ଗଲେ l ତୁଳସୀ ଦାସ ଯୋଗୁଁ ଚିତ୍ରକୁଟରେ ରହୁଥିବା ବହୁତ ରାମ ଭକ୍ତ ତ୍ରେତୟା ଯୁଗର ରାମ ଓ ଲକ୍ଷ୍ମଣଙ୍କୁ କଳିଯୁଗରେ ଦର୍ଶନ କରିପାରିଲେ l ତାପରେ ଭଗବାନ ଶିବଙ୍କ ଦିବ୍ୟ ପ୍ରେରଣାରେ ତୁଳସୀ ଦାସ ଅବଧି ଭାଷା ରେ ରାମଚରିତ ମାନସ ର ରଚନା କଲେ l ଯେହେତୁ ସଂସ୍କୃତ ଭାଷାରେ ହୋଇଥିବା ବାଲ୍ମୀକି ରାମାୟଣ ଲୋକମାନଙ୍କୁ ବହୁତ କଷ୍ଟସାଧ୍ୟ ହେଉଥିଲା ରାମାୟଣକୁ ସହଜରେ ବୁଝିବା ପାଇଁ ତେଣୁ ସ୍ୱୟଂ ଶିବ ଭଗବାନଙ୍କ ଇଚ୍ଛାନୁସାରେ ତୁଳସୀ ଦାସ ସଂସ୍କୃତ ଭାଷା ପରିବର୍ତ୍ତେ ଜନ ଭାଷାରେ (ଅବଧି ଭାଷା) ରାମଚରିତ ମାନସର ରଚନା କଲେ l କିନ୍ତୁ କାଶୀର ପଣ୍ଡିତମାନେ ସଂସ୍କୃତ ଭାଷାକୁ ଛାଡି ଜନ ଭାଷାରେ ରାମଚରିତ ମାନସ ରଚନା କରିବାକୁ ବହୁତ ବିରୋଧ କଲେ ଓ ତୁଳସୀ ଦାସଙ୍କ ଉପରେ ବହୁତ କଟକଣା ଜାରିକଲେ l ତୁଳସୀ ଦାସଙ୍କୁ ହତ୍ୟା କରିବା ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା କରି ହାରିବା ପରେ ଗୋଟିଏ ଚୋରକୁ ସେଇ ପଣ୍ଡିତମାନେ ପଠେଇଲେ ଯିଏକି ଲେଖା ସରିଥିବା ସବୁ ରାମଚରିତ ମାନସର ପୃଷ୍ଠାଗୁଡିକୁ ରାତିରେ ଚୋରିକରି ନଦୀ ପାଣିରେ ଭସେଇଦଲା l ସକାଳୁ ତୁଳସୀ ଦାସ ଯେତେବେଳେ ଖୋଜିଲେ କିଛି ପାଇଲେ ନାହିଁ ସେ ଦୁଃଖରେ ମର୍ମାହତ ହୋଇ କାନ୍ଦିଲେ l ଏତେ ଦିନର ପରିଶ୍ରମ ସବୁ ପାଣିରେ ପଡିଗଲା l କବିଙ୍କୁ ଖୁବ ବାଧିଲା l ସେ ଅତି ଦୁଃଖ ହୃଦୟରେ ଛୋଟ ବେଳରୁ ତାଙ୍କୁ ପ୍ରତିଟି ଅସୁବିଧାରେ ସାହାଯ୍ୟ କରିଥିବା ସେଇ ହନୁମାନ ଭଗବାନଙ୍କୁ ଡାକିଲେ l ଅନ୍ତରରୁ ଯେଉଁ କ୍ଷୋଭ ଭରା ଶବ୍ଦ ତାଙ୍କ ପାଟିରୁ ବାହାରିଲା ତାହା ଦୋହା ରୂପରେ ପରିଣତ ହେଲା l ତାହା 40 ଟି ଦୋହା ହେଲା ଆଉ ସେଠାରେ ଯାହା କବିଙ୍କ ନିସୃତ ବାଣୀ ବାହାରିଲା ସବୁ ପ୍ରଭୁ ହନୁମାନଙ୍କ ଦିବ୍ୟ ଲୀଳାକୁ ବଖାଣିଲା l ଶେଷରେ ତାହା ହନୁମାନ ଚାଳିଶା ହେଲା l ତାପରେ ହନୁମାନ ସ୍ୱୟଂ ଆସି ନିଜେ ରାମଚରିତ ମାନସର ସବୁ ପୃଷ୍ଠାକୁ ନିଜେ ଲେଖି ଗଲେ ଓ ତୁଳସୀ ଦାସ ନିଜର ଦୁଇଟି ଅମର କୃତୀକୁ ସାରା ଜଗତର କଲ୍ୟାଣ ପାଇଁ ଛାଡ଼ିଗଲେ l ଟିକେ ଚିନ୍ତା କରନ୍ତୁ ତ ଯଦି ରାମଚରିତ ମାନସ ଚୋରି ହୋଇନଥାନ୍ତା ତାହେଲେ କଣ ଆମେ ଏତେ ଉପକାରୀ ହନୁମାନ ଚାଳିଶା ଯାହାକି ସମସ୍ତେ ଆଜି ଗାନ କରୁଛେ ଓ ଇଚ୍ଛିତ ଫଳ ପାଇପାରୁଛେ ତାହା କଣ ପାଇଥାନ୍ତେ ??? 

ଉପରେ ବର୍ଣ୍ଣିତ ଜିନିଷ କୌଣସି କାହାଣୀ ନୁହଁ ଏହା ସମ୍ପୂର୍ଣ ସତ୍ୟ ଘଟଣା ଉପରେ ଆଧାରିତ ଆଉ ବେଶୀ ପୁରୁଣା ନୁହଁ କେବଳ 450 ବର୍ଷ ପୁରୁଣା l ଏହି ସମୟରେ ଭାରତରେ ମୁଗଲ ରାଜାମାନେ ଶାସନ କରୁଥିଲେ l 


ଏବେ ଜାଣିବା କାହିଁକି ହନୁମାନ ଚାଳିଶା ସହଜରେ ମନେ ରହିଯାଏ ?? 


ଏହାର ଉତ୍ତର ହେଲା ଏହା ସଂସ୍କୃତ ଭାଷାରେ ନହୋଇ ଜନ ଭାଷା ମାନେ ଅବଧି ଭାଷାରେ ହେଇଛି l ଯାହାକି ଆଜି ମଧ୍ୟ ଉତ୍ତର ପ୍ରଦେଶର ଗୋଟିଏ ଆଞ୍ଚଳିକ ଭାଷା ଭାବେ ପରିଗଣିତ l ଏହାର ସମ୍ପର୍କ ଆମର ଓଡ଼ିଆ ଭାଷା ସହିତ ଖୁବ ସାମଞ୍ଜସ୍ୟ ରଖେ ସେଥିପାଇଁ ଏହା ଜଲଦି ମନେରହିଯାଏ l ଦ୍ଵିତୀୟ ଜିନିଷ ହେଲା ଏହାର ସତ୍ୟତା ଉପରେ ଆମର ମନ ଓ ଆତ୍ମା ବିନା ବାଧାରେ ସ୍ୱୀକାର କରିନେଉଛି l ଏହି ଦୁନିଆରେ ଯୋଉଟା ସତ୍ୟ ତାହାହିଁ ଅଧିକ ଦୀର୍ଘସ୍ଥାୟୀ ରହେ l ଯୋଉଠି ଯେତେ ତ୍ୟାଗ ବଳିଦାନ ଓ ସତ୍ୟ ଥିବ ତାହା କାଳ କାଳ ଯାଏଁ ଅମର ରହେ l ସେଥିପାଇଁ ରାମ କଥା ତ୍ରେତୟା ଯୁଗରୁ ଆଜି ପର୍ଯ୍ୟନ୍ତ ଅମର ରହିଆସିଛି l ଆମେ ଯେହେତୁ ଗୋଟିଏ ଗୋଟିଏ ଆତ୍ମା ଆଉ ଆମେ ବାରମ୍ବାର ଏହି ପୃଥିବୀରେ ନାନାଦି ରୂପ ନେଇ ମଣିଷ ଜନ୍ମ ପାଉଛେ କେଉଁ ଅନାଦି କାଳରୁ l ଆମର ଆତ୍ମାର ସୂକ୍ଷ୍ମତା କେମିତି ରାମାୟଣକୁ ଓ ହନୁମାନ ଚାଳିଶାକୁ ଅସ୍ବୀକାର କରିପାରିବ l ଏହା ସତ୍ୟ ଯେ ପୂର୍ବ ଜନ୍ମରେ ମଧ୍ୟ ଆମେ ରାମାୟଣ ଶୁଣିକରି ଆସିଛେ ସେଥିପାଇଁ ହନୁମାନ ଚାଳିଶା ସହଜରେ ମନେ ରହିଯାଉଛି l


ଏବେ ଜାଣିବା ସମ୍ପୂର୍ଣ ହନୁମାନ ଚାଳିଶାର ସମ୍ପୂର୍ଣ୍ଣ ଓଡ଼ିଆ ଅର୍ଥ l ମୋର ପ୍ରିୟ ଭକ୍ତବୃନ୍ଦ ମୁଁ ଏବେ ହନୁମାନ ଚାଳିଶାର ପ୍ରତିଟି ଦୋହାକୁ ଓଡ଼ିଆ ଭାଷାରେ ବର୍ଣ୍ଣନା କରିବାକୁ ଯାଉଛି l ଦୟାକରି ଭକ୍ତିପୂତ ଭାବରେ ଏହାକୁ ପଢ଼ିବେ l



🕉ଶୀ ହନୁମାନ ଚାଳିଶା🕉


ଶ୍ରୀଗୁରୁ ଚରନ ସରୋଜ ରଜ ନିଜମନୁ ମୁକୁରୁ ସୁଧାରି  l ବରନଉଁ ରଘୁବର ବିମଲ ଯସୁ, ଯୋଦାୟକୁ ଫଲଚାରି ll


ବୁଦ୍ଧିହୀନ ତନୁଜାନିକେ, ସୁମିରୌ ପବନକୁମାର l

ବଲବୁଧିବିଦ୍ୟା ଦେହୁ ମୋହିଁ, ହରହୁ କଲେଶ ବିକାର ll


ଭାବାର୍ଥ : ଶ୍ରୀଗୁରୁଙ୍କ ଚରଣ ରେଣୁରେ ମୋ ମନକୁ ପରିଷ୍କାର କରି l ଶ୍ରୀ ରଘୁବୀରଙ୍କ ତ୍ରୁଟିଶୂନ୍ୟ ଯଶକୁ ବର୍ଣ୍ଣନା କରୁଅଛି l ଯାହା ଭକ୍ତଙ୍କୁ ଧର୍ମ, ଅର୍ଥ, କାମ, ମୋକ୍ଷ ଫଳ ପ୍ରଦାନ କରିଥାଏ ll


ହେ ପବନ ପୁତ୍ର, ମୁଁ ଆପଣଙ୍କୁ ସ୍ମରଣ କରୁଛି l ଆପଣ ମୋତେ ବଳ ବୁଦ୍ଧି ବିଦ୍ୟା ପ୍ରଦାନ କରନ୍ତୁ l ମୋର ସମସ୍ତ ଦୁଃଖ କଷ୍ଟ ଦୂର କରନ୍ତୁ ll


       ll ଚୌପାଇ ll 


ଜୟ ହନୁମାନ ଜ୍ଞାନ ଗୁନ ସାଗର l

ଜୟ କପିସ ତିହୁଁ ଲୋକ ଉଜାଗର ll 


ରାମ ଦୂତ ଅତୁଳିତ ବଲଧାମା l

ଅଞ୍ଜନୀ ପୁତ୍ର ପବନସୁତ ନାମା ll


ଭାବାର୍ଥ : ଜ୍ଞାନ ଗୁଣର ସାଗର ପ୍ରଭୁ ହନୁମାନଙ୍କର ଜୟ ହେଉ l ତିନିଲୋକରେ ଆପଣଙ୍କର ଯଶ ପ୍ରଚାରିତ ହେଉ ll


ହେ ରାମ ଦୂତ ଆପଣ ଅସୀମ ବଳଶାଳୀ l

ଆପଣ ମାତା ଅଞ୍ଜନା, ପିତା ପବନଦେବଙ୍କ ପୁତ୍ର ରୂପରେ ଖ୍ୟାତ ll


ମହାବୀର ବିକ୍ରମ ବଜରଙ୍ଗୀ l

କୁମତି ନିୱାର ସୁମତିକେ ସଂଗୀ ll


କଂଚନ ବରନ ବିରାଜ ସୁବେଶା l

କାନନ କୁଣ୍ଡଳ କୁଞ୍ଚିତ କେଶା ll


ଭାବାର୍ଥ : ହେ ମହାବୀର ପ୍ରବଳ ପରାକ୍ରମଶାଳୀ ବଜରଙ୍ଗ ବଳୀ l ଆପଣ କୁବୁଦ୍ଧି ଯୁକ୍ତ ବ୍ୟକ୍ତିଙ୍କୁ ତ୍ୟାଗ କରି ଶୁବୁଦ୍ଧି ଯୁକ୍ତ ବ୍ୟକ୍ତିଙ୍କୁ ସହାୟତା କରନ୍ତି ll


ଆପଣଙ୍କ ରଙ୍ଗ ତେଜୋମୟ ସୁବର୍ଣ୍ଣ ସମାନ l 

କର୍ଣ୍ଣରେ କୁଣ୍ଡଳ ଓ କୁଞ୍ଚିତ କେଶରେ ଆପଣ ଆହୁରି ସୁଶୋଭିତ ପ୍ରତୀତ ହୁଅନ୍ତି ll


ହାଥବଜ୍ର ଔର ଧ୍ବଜା ବିରାଜୈ l

କାଂଧେ ମୂଁଜ ଜନେଊ ସାଜୈ ll


ଶଙ୍କର ସୁୱନ କେଶରୀ ନନ୍ଦନ l

ତେଜପ୍ରତାପ ମହା ଜଗ ବନ୍ଦନ ll


ଭାବାର୍ଥ : ଆପଣଙ୍କ ହାତରେ ବ୍ରଜ ଓ ଧ୍ବଜା ଅଛି l କାନ୍ଧରେ କୁଶର ଉପବୀତ ଶୋଭାପାଉଛି ll


ଆପଣ ସାକ୍ଷାତ ଶଙ୍କରଙ୍କ ଅବତାର l ରାଜା କେଶରୀଙ୍କ ନନ୍ଦନ l ଆପଣଙ୍କ ତେଜ ପ୍ରତାପ ସାରା ଜଗତରେ ବନ୍ଦନୀୟ ll


ବିଦ୍ୟାଵାନ ଗୁନୀ ଅତି ଚାତୁର l

ରାମକାଜ କରିବେ କୋ ଆତୁର ll


ପ୍ରଭୁ ଚରିତ୍ର ସୁନିବେକୋ ରସିୟା l

ରାମ ଲଖନ ସୀତା ମନ ବସିୟା ll


ଭାବାର୍ଥ : ଆପଣ ଅତି ଚତୁର, ବିଦ୍ୟାଵାନ ଗୁଣଵାନ ମଧ୍ୟ l ପ୍ରଭୁ ଶ୍ରୀରାମଙ୍କ କାର୍ଯ୍ୟ କରିବାକୁ ଆପଣ ଉତ୍କଣ୍ଠିତ ଭାବରେ ଅପେକ୍ଷା କରିଥାନ୍ତି ll


ଆପଣ ପ୍ରଭୁ ଶ୍ରୀରାମଙ୍କ ଲୀଳା ଶୁଣିବାକୁ ଭଲପାଅ l ରାମ, ଲକ୍ଷ୍ମଣ, ମାତା ସୀତାଙ୍କୁ ହୃଦୟରେ ଧାରଣ କରିଥାଅ ll


ସୂକ୍ଷ୍ମ ରୂପ ଧରି ସିୟହିଁ ଦିଖାୱା l

ବିକଟ ରୂପ ଧରି ଲଙ୍କ ଜରାୱା ll


ଭୀମ ରୂପ ଧରି ଅସୁର ସଂହାରେ l

ରାମଚନ୍ଦ୍ରଜୀ କେ କାଜ ସଁୱାରେ ll


ଭାବାର୍ଥ : ଆପଣ ସୂକ୍ଷ୍ମ ରୂପରେ ମାତାସୀତାଙ୍କୁ ଦେଖାଦେଲ l ଭୟଙ୍କର ରୂପରେ ଲଙ୍କା ଜଳାଇଲ ll


ଭୀମ ରୂପ ଧାରଣ କରି ଅସୁରଙ୍କୁ ମାରିଲ l 

ରାମ ଚନ୍ଦ୍ରଙ୍କ କାର୍ଯ୍ୟ ସଫଳ କଲ ll


ଲାୟ ସଂଜୀୱନ ଲଖନ ଜିୟାୟେ l

ଶ୍ରୀ ରଘୁବୀର ହରଷି ଉର ଲାୟେ ll


ରଘୁପତି କିଂହ୍ନା ବହୁତ ବଡାଇ l

ତୁମ ମମପ୍ରିୟ ଭରତହି ସମ ଭାଈ ll


ଭାବାର୍ଥ : ଆପଣ ସଂଜୀବନୀ ଆଣି ଲକ୍ଷ୍ମଣଙ୍କୁ ବଞ୍ଚେଇଲେ l ଖୁସି ହୋଇ ଶ୍ରୀରାମ ତୁମଙ୍କୁ ହୃଦୟରେ ଲଗେଇଲେ ll


ପ୍ରଭୁ ରଘୁବୀର ତୁମର ବଡ଼ ପ୍ରଶଂସା କଲେ l

ତୁମେ ମୋର ପ୍ରିୟ ଭରତ ସମାନ ଭାଈ କହିଲେ ll


ସହସ୍ର ବଦନ ତୁମ୍ଭରୋ ଯଶ ଗାୱେ l

ଅସକହି ଶ୍ରୀପତି କଣ୍ଠ ଲଗାୱେ ll


ସନକାଦିକ ବ୍ରହ୍ମାଦି ମୁନୀସା l

ନାରଦ ସାରଦ ସହିତ ଅହୀସା ll


ଭାବାର୍ଥ : ସହସ୍ର ତୁଣ୍ଡରେ ତୁମର ଜସଗାନ ହେବ l ଏହା କହି ପ୍ରଭୁ ଶ୍ରୀରାମ ତୁମକୁ କଳାରେ ଲଗାଇଲେ ll 


ଶ୍ରୀ ସନକ  ଶ୍ରୀ ସନତ କୁମାର, ଭଗବାନ ବ୍ରହ୍ମା ଆଦି l

ନାରଦ, ସାରଦ ଆଦି ସମସ୍ତ ମୁନିଋଷିମାନେ ତୁମର ଗୁଣଗାନ କରନ୍ତି ll


ଯମ କୁବେର ଦିଗପାଲ ଜହାଁତେ l

କବି କୋବିଦ କହି ସକେ କହାଁତେ ll


ତୁମ ଉପକାର ସୁଗ୍ରୀୱହିଁ କୀଂହା l

ରାମ ମିଲାୟ ରାଜପଦ ଦୀଂହା ll


ଭାବାର୍ଥ : ଯମ କୁବେର ସମସ୍ତ ଦିଗପାଳ କବି ବିଦ୍ୱାନ ତୁମ ଯଶର ସମ୍ପୂର୍ଣ୍ଣ ବର୍ଣ୍ଣନା କରିପାରିବେ ନାହିଁ ll


ବାନର ରାଜା ସୁଗ୍ରୀବଙ୍କ ଉପକାର କରିଥିଲ l

ପ୍ରଭୁ ରାମଙ୍କ ସାଥିରେ ମିଶାଇ ରାଜପଦ ଦେଇଥିଲ ll


ତୁମହରୋ ମନ୍ତ୍ର ବିଭୀଷନ ମାନା l

ଲଙ୍କେଶ୍ୱର ଭୟେ ସବ ଜଗ ଜାନା ll


ଯୁଗ ସହସ୍ର ଯୋଜନ ପର ଭାନୁ l

ଲିଲୌ ତାହି ମଧୁର ଫଳ ଜାନୁ ll


ଭାବାର୍ଥ : ତୁମର ମନ୍ତ୍ରଣା କୁ ବିଭୀଷଣ ମାନିଲେ l ଲଙ୍କେଶ୍ୱରକୁ ଭୟ କରି ସେ ସବୁ ଜାଗାକୁ ଯାଇଥିଲେ ll


ସହସ୍ର ଯୁଗ ଯୋଜନ ଦୂର ସୂର୍ଯ୍ୟଙ୍କ ପାଖରେ ପହଞ୍ଚି l ମିଠାଫଳ ଭାବି ଆପଣ ତାଙ୍କୁ ଖାଇଦେଇ ଥିଲ ll


ପ୍ରଭୁ ମୁଦ୍ରିକା ମେଲି ମୁଖ ମାହିଁ l

ଜଳଧି ଲଂଘିଗୟେ ଅଚରଜ ନାହିଁ ll


ଦୁର୍ଗମ କାଜ ଜଗତକେ ଯେତେ l

ସୁଗମ ଅନୁଗ୍ରହ ତୁମହାରୋ ତେତେ ll


ଭାବାର୍ଥ : ପ୍ରଭୁଙ୍କ ମୁଦ୍ରିକାକୁ ମୁଖରେ ରଖି ସମୁଦ୍ର ପାରିହେଲ l ଆପଣଙ୍କ ପକ୍ଷେ ତାହା କୌଣସି ଅସାଧ୍ଯ କାର୍ଯ୍ୟ ନୁହଁ ll


ଜଗତର ଯେତେ କଠିନରୁ କଠିନ କାର୍ଯ୍ୟ l

ଆପଣଙ୍କ ଅନୁଗ୍ରହରୁ ସହଜ ହୋଇଯାଏ ll


ରାମ ଦୁଆରେ ତୁମ ରଖୱାରେ l

ହୋତ ନ ଆଜ୍ଞା ବିନୁ ପୈସାରେ ll


ସବ ସୁଖଃ ଲୌହେ ତୁମ୍ହାରୀ ସରନା l

ତୁମ ରକ୍ଷକ କାହୁଁକୋ ଡରନା ll


ଭାବାର୍ଥ : ଶ୍ରୀ ରାମଙ୍କ ଦୁଆରରେ ତୁମେ ଜଗୁଆଳୀ l ତୁମ ଆଜ୍ଞାବିନା ଶ୍ରୀ ରାମଙ୍କ ଦୁଆରେ କେହି ପ୍ରବେଶ କରିପାରେ ନାହିଁ ll


ତୁମ ଶରଣରେ ଆସିଥିବା ବ୍ୟକ୍ତି ସର୍ବ ସୁଖଃ ପାଇଥାଏ l ତୁମେ ଯାହା ରକ୍ଷାକର୍ତ୍ତା ତାହାର କାହାକୁ ଡର ନଥାଏ ll


ଆପନ ତେଜ ସମ୍ହାରୋ ଆପୈ l

ତିନୋ ଲୋକ ହାଁକତେ କାଂପୈ ll


ଭୂତ ପିଶାଚ ନିକଟ ନହିଁ ଆୱେ l

ମହାବୀର ଯବ ନାମ ସୁନାୱେ ll


ଭାବାର୍ଥ : ଆପଣଙ୍କ ତେଜ ସ୍ୱୟଂ ଆପଣ ସମ୍ଭାଳି ପାରନ୍ତି l ତିନିପୁରର ଲୋକ ଆପଣଙ୍କ ଗର୍ଜନରେ ଡରି ଯାଆନ୍ତି ll


ଭୂତ ପିଶାଚ ତା ନିକଟକୁ ଆସେନାହିଁ l 

ମହାବୀର ନାମ ଦିଏ ଯେ ଶୁଣାଇ ll


ନାଶୈ ରୋଗ ହରୈ ସବ ପୀରା l

ଜପତ ନିରନ୍ତର ହନୁମତ ବୀରା ll


ସଙ୍କଟ ତେ ହନୁମାନ ଛୁଡାୱେ l

ମନ କ୍ରମ ବଚନ ଧ୍ୟାନ ଯୋ ଲାୱେ ll


ଭାବାର୍ଥ : ଯିଏ ହନୁମାନଙ୍କୁ ନିରନ୍ତର ଜପ କରେ l

ତାର ସମସ୍ତ ଦୁଃଖ କଷ୍ଟ ରୋଗ ଶୋକ ନାଶ ଯାଏ ll


ମନ କର୍ମ ବଚନରେ ଧ୍ୟାନ ଯିଏ କରନ୍ତି l

ଆପଣ ତାର ସଙ୍କଟକୁ ହରଣ କରନ୍ତି ll


ସବ ପର ରାମ ତପସ୍ୱୀ ରାଜା l

ତିନି କେ କାଜ ସକଳ ତୁମ ସାଜା ll


ଔର ମନୋରଥ ଯୋ କୋଈ ଲାୱେ l

ସୋଇ ଅମିତ ଜୀୱନ ଫଳ ପାୱେ ll


ଭାବାର୍ଥ : ସର୍ବଶ୍ରେଷ୍ଠ ତପସ୍ୱୀ ରାଜା ପ୍ରଭୁ ଶ୍ରୀରାମ ଅଟନ୍ତି l ତାଙ୍କର କାର୍ଯ୍ୟକୁ ଆପଣ ପୂର୍ଣ୍ଣ କରିଥିଲ ll


ଆପଣଙ୍କ ପାଖେ ଯେ କେହି ମନସ୍କାମନା କରିଥାଏ l 

ସେ ମନସ୍କାମନା ଠାରୁ ଅଧିକ ଫଳ ପାଇଥାଏ ll


ଚାରୋ ଯୁଗ ପରତାପ ତୁମ୍ହାରା l

ହୈ ପରସିଦ୍ଧ ଜଗତ ଉଜିୟାରା ll


ସାଧୁ ସନ୍ଥ କେ ତୁମ ରଖୱାରେ l

ଅସୁର ନିକନ୍ଦନ ରାମ ଦୁଲାରେ ll


ଭାବାର୍ଥ : ଆପଣଙ୍କ ପରାକ୍ରମ ସାରା ଜଗତରେ l ଚାରିଯୁଗରେ ପ୍ରସିଦ୍ଧି ଓ ଅମର ଅଟେ ll


ସାଧୁ ସନ୍ଥଙ୍କ ତୁମେ ରକ୍ଷାକର୍ତ୍ତା   l

ରାମଙ୍କ ପ୍ରିୟ ଅସୁର ନାଶକର୍ତ୍ତା ll


ଅଷ୍ଟସିଦ୍ଧି ନୌ ନିଧି କେ ଦାତା l

ଅସବର ଦୀନ ଜାନକୀ ମାତା ll


ରାମ ରସାୟନ ତୁମ୍ହରେ ପାସା l

ସଦା ରହୋ ରଘୁପତି କେ ଦାସା ll


ଭାବାର୍ଥ : ଅଷ୍ଟସିଦ୍ଧି ନବନିଦ୍ଧି ପ୍ରଦାତା l

ଏହିବର ଦେଇଥିଲେ ଜାନକୀମାତା   ll


ରାମ ନାମ ରୁପକ ମହୌଷଧି ତୁମ ପାଖେ l

ସଦାପ୍ରଭୁ ସର୍ବଦା ରହିଛ ରଘୁପତିଙ୍କ ଦାସ ll


ତୁମ୍ହରେ ଭଜନ ରାମ କୋ ପାୱେ l

ଜନମ ଜନମ କେ ଦୁଃଖ ଵିସରାୱେ ll


ଅନ୍ତକାଳ ରଘୁବର ପୁର ଜାହିଁ l

ଜହାଁ ଜନ୍ମ ହରିଭକ୍ତ କହାଁଇ ll


ଭାବାର୍ଥ : ତୁମରି ଭଜନେ ରାମ ମିଳିଥାନ୍ତି l 

ଜନ୍ମ ଜନ୍ମର ଦୁଃଖ ହୁଏ ହରଣ ହୋଇଥାଏ ll


ଆପଣଙ୍କ କୃପାରୁ ପ୍ରାଣୀ ଶେଷ ସମୟରେ ଶ୍ରେଷ୍ଟପୁର ରଘୁପତିଙ୍କ ପୁରଯାଏ l ଯେଉଁଠି ଜନ୍ମନେଲେ ହରିଭକ୍ତ ରୂପେ ଖ୍ୟାତି ପାଏ ll


ଔର ଦେବତା ଚିତ୍ତ ନ ଧରଈ l

ହନୁମତ ସେଇ ସର୍ବ ସୁଖ କରଈ ll


ସଙ୍କଟ କଟୈ ମିଟୈ ସବ ପୀରା l

ଯୋ ସୁମିରୈ ହନୁମତ ବଲବୀରା ll


ଭାବାର୍ଥ : ଅନ୍ୟ ଦେବତା ପାଖେ ମନ ନଦେଇ l

ହନୁମାନଙ୍କୁ ମନ ଦେଲେ ସମସ୍ତ ସୁଖ ମିଳଇ ll


ସଙ୍କଟ ହରଣ ହୁଏ ସବୁ କଷ୍ଟରୁ ମୁକ୍ତି ମିଳେ l

ଯିଏ ସୁମରଣା କରେ ହନୁମାନଙ୍କ ଯଶ କୀର୍ତ୍ତିକୁ ll


ଜୈ ଜୈ ଜୈ ହନୁମାନ ଗୋସାଇଁ l

କୃପା କରହୁ ଗୁରୁ ଦେୱକୀ ନାଇଁ ll


ଯୋ ସତ ବାର ପାଠ କରେ କୋଈ l

ଛୁଟହି ବନ୍ଦି ମହା ସୁଖ ହୋଇ ll


ଭାବାର୍ଥ : ଜୟ ଜୟ ଜୟ ହନୁମାନ ଗୋସାଇଁ l

କୃପାକର ଏ ଶିଷ୍ୟ ଉପରେ ଗୁରୁଦେବଙ୍କ ଭଳି ll


ଯେଉଁ ବ୍ୟକ୍ତି ପ୍ରତିଦିନ ଶହେବାର ପାଠକରେ ଚାଳିଶା l ସଂସାରର ବନ୍ଧନରୁ ମୁକ୍ତହୋଇ ପରମଶାନ୍ତି ପ୍ରାପ୍ତିହୁଏ ll


ଯୋ ୟହ ପଢ଼େ ହନୁମାନ ଚାଳିଶା l

ହୋୟ ସିଦ୍ଧି ସାଖି ଗୌରୀସା ll


ତୁଳସୀ ଦାସ ସଦା ହରି ଚେରା l

କୀଜୈ ନାଥ ହୃଦୟ ମହଁ ଡେରା ll


ଭାବାର୍ଥ : ଯେଉଁ ବ୍ୟକ୍ତି ପାଠ କରେ ହନୁମାନ ଚାଳିଶା l ତାର ସମସ୍ତ କାର୍ଯ୍ୟ ସଫଳ ହୁଏ ଭଗବାନ ଶଙ୍କର ଏଥିପାଇଁ ସାକ୍ଷୀ ଅଟନ୍ତି ll


ତୁଳସୀ ଦାସ ସଦା ହରିଦାସ ହୋଇ ରହିଲେ l 

ଆପଣ ତାଙ୍କ ହୃଦୟରେ ନିତ୍ଯ କରନ୍ତୁ ବାସ କରନ୍ତି ll


ପୱନ ତନୟ ସଙ୍କଟ ହରନ, ମଙ୍ଗଳ ମୂରତି ରୂପ l

ରାମ ଲଖନ ସୀତା ସହିତ ହୃଦୟ ବସହୁ ସୁର ଭୂପ ll


ଭାବାର୍ଥ : ହେ ପବନସୁତ ସଙ୍କଟ ହରଣକାରୀ ମଙ୍ଗଳମୟ ମୁର୍ତ୍ତି l ରାମ ଲକ୍ଷଣ ସୀତାଙ୍କ ସହିତ ମୋ ହୃଦୟରେ କର ନିତ୍ୟବାସ ll


🛕 ଜୟ ଶ୍ରୀରାମ 🙏🏻ଜୟ ହନୁମାନ 🛕


ଏବେ ଜାଣିବା ସତରେ କଣ ହନୁମାନ ଆଜି ପର୍ଯ୍ୟନ୍ତ ଜୀବିତ ଅଛନ୍ତି??? 


ଏହାର ଉତ୍ତର ହେଲା ହଁ, ଜୀବିତ ଅଛନ୍ତି କାରଣ ତାଙ୍କୁ ମାତାସୀତା ଅମର ବର ପ୍ରଦାନ କରିଛନ୍ତି l ସେ ପ୍ରଳୟ ସମୟ ଯାଏଁ ଏହି ପୃଥିବୀରେ ରହିବେ l ଏହାର ତିନୋଟି ପ୍ରମାଣ ରହିଛି l


1- ଦ୍ୱାପର ଯୁଗରେ ଶେଷରେ ହୋଇଥିବା ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣ ଭଗବାନଙ୍କ ଅନୁରୋଧ କ୍ରମେ ହନୁମାନ ସୂକ୍ଷ୍ମ ରୂପରେ ରହି ଅର୍ଜୁନଙ୍କ ରଥର ସୁରକ୍ଷା କରିଥିଲେ ଯଦି ସେ ସୁରକ୍ଷା କରିନଥାନ୍ତେ l କର୍ଣ୍ଣ ସହଜରେ ବିଜୟ ଲାଭ କରିପାରିଥାନ୍ତା l 


2- କଳିଯୁଗରେ ତୁଳସୀ ଦାସଙ୍କୁ ନିଜର ଦିବ୍ୟ ରୂପର ଦର୍ଶନ ଦେଇଥିବାରୁ l ହନୁମାନ ଚାଳିଶା ରେ ହନୁମାନ ଭଗବାନଙ୍କ ରୂପ ରେଖ ଗୁଣର ଅବିକଳ ବର୍ଣ୍ଣନା ହୋଇଛି l


3- ନାସା କିଛି ବୈଜ୍ଞାନିକ ଶ୍ରୀଲଙ୍କା ଯାଇ କିଛି ଆଦିମ ଆଦିବାସୀଙ୍କ ଠାରୁ ଏହି ସୂଚନା ପାଇଥିଲେ ଯେ ରାମାୟଣ କାଳରୁ ହନୁମାନ ପ୍ରତି 41 ବର୍ଷରେ ଥରେ ଆସି ସେ ଆଦିବାସୀ ଗୋଷ୍ଠୀର ଲୋକମାନଙ୍କୁ ଆତ୍ମଜ୍ଞାନ ପ୍ରଦାନ କରିଥାନ୍ତି l ଆଜି ମଧ୍ୟ ରାମ କଥା ହେଉଥିବା ସ୍ଥାନରେ ହନୁମାନ ଭଗବାନ ଛଦ୍ମ ବେଶରେ ଆସି ରାମ କଥା ଶୁଣନ୍ତି l ଆଉ ବେଳେବେଳେ ନିଜର ଉପସ୍ଥିତି ଲୋକଙ୍କୁ ସଂକେତ ମାଧ୍ୟମରେ ଜଣାନ୍ତି l


ସମସ୍ତଙ୍କୁ ଅନୁରୋଧ କି ହନୁମାନ ଚାଳିଶା ନିତ୍ୟ ପଢନ୍ତୁ ଯଦି ହେବ ଏହି ଅନୁବାଦକୁ ଲୋକଙ୍କ ମଧ୍ୟରେ ପ୍ରଚାର ପ୍ରସାର କରନ୍ତୁ l ଲୋକଙ୍କୁ ଛୋଟ ବହି କରି ବାଣ୍ଟନ୍ତୁ ବହୁତ କଲ୍ୟାଣ ପ୍ରାପ୍ତି ହେବ l


🙏🏻ଶ୍ରୀରାମ ଜୟ ରାମ ଜୟ ଜୟ ରାମ 🙏🏻

🙏🏻ସଙ୍କଟ ମୋଚନ ପ୍ରଭୁ ଜୟ ହନୁମାନ 🙏🏻