17/04/2021



ପିପିଲି/ପୁରୀ 📌


EDITOR BY/- Srinibash Rout

କରୋନା ମହାମାରୀ ଭୟଙ୍କର ହେଉଛି ।କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରିବାର ଉପରେ ଆଉ ଏକ ବିପତ୍ତି, ପୁଅ ପଛେ ପଛେ ଚାଲିଗଲେ ମାଆ କ୍ଷେତ୍ରମଣି ମଙ୍ଗରାଜଙ୍କ ।ବୁଧବାର ( ୧୪/୦୪/୨୦୨୧) ଦିନ କରୋନା ସଂକ୍ରମିତ ହୋଇ ପୁଅ ପ୍ରାଣ ହରାଇଥିଲେ । ଆଜି ଶନିବାର (୧୭/୦୪/୨୦୨୧) ଶେଷ ନିଶ୍ୱାସ ତ୍ୟାଗ କଲେ ମାଆ । ପିପିଲିର ଦିବଂଗତ କଂଗ୍ରେସ ନେତା ଅଜିତ ମଙ୍ଗରାଜଙ୍କ ପରିବାର ପାଇଁ ଆଉ ଏକ ଦୁଃଖଦ ଖବର । ଅଜିତ ମଙ୍ଗରାଜଙ୍କ ପରେ ତାଙ୍କ ମାଆ କ୍ଷେତ୍ରମଣିଙ୍କର ଶନିବାର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା ।


ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି କ୍ଷେତ୍ରମଣି । ହୃଦଘାତ ସମସ୍ୟା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ଗତ ୧୪ ତାରିଖରେ ସେ କୋଭିଡ୍‌ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ।


ଅଜିତ ମଙ୍ଗରାଜଙ୍କ ମୃତ୍ୟୁକୁ ଦିନ କେଇଟା ହୋଇ ନଥିବା ବେଳେ ହଠାତ୍ ତାଙ୍କ ମାଆଙ୍କ ଅକାଳ ବିୟୋଗକୁ ନେଇ ବିଭିନ୍ନ ମହଲରେ ଶୋକର ଛାୟା । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି କଂଗ୍ରେସ ସମେତ ବିଭିନ୍ନ ଦଳର ନେତା ଓ କର୍ମୀ ।



www. socialnewsodia.info