10/04/2021


କଟକ 📌


Chief Reporter & Editor/- Srinibash Rout

ହାଇଦର ପାଇଁ ଆଲର୍ଟରେ ପୋଲିସ । ହାଇଦରକୁ ଠାବ କରିବାକୁ ଯାଜପୁର ଓ କେନ୍ଦ୍ରାପଡା ଏସପିଙ୍କୁ ନିର୍ଦ୍ଦେଶ । କଟକ D.C.P ମଧ୍ୟ ହାଇଦରକୁ ଧରିବାକୁ ଦାୟିତ୍ୱରେ ନିୟୋଜିତ ଅଛନ୍ତି। କଟକ S.C.Bରେ ଚିକିତ୍ସିତ ହେଉଥିବା ହାଇଦର ଶନିବାର (୧୦/୦୪/୨୦୨୧) ଅପରାହ୍ନରେ ଫେରାର ହୋଇଯାଇଛି। ସମ୍ବଲପୁର ସର୍କଲ୍ ଜେଲ୍ ରେ ସଜ୍ଜା ଭୋଗୁଥିବା ହାଇଦର ଗଲ୍ ବ୍ଲାଡର୍ ଷ୍ଟୋନ୍ ଅପରେସନ୍ ପାଇଁ ପ୍ରଥମେ ବୁର୍ଲା ମେଡ଼ିକାଲ୍ କଲେଜରେ ଭର୍ତ୍ତି ହୋଇଥିଲା । ମାତ୍ର ପରେ କଟକ S.C.Bକୁ ସ୍ଥାନାନ୍ତରିତ ହୋଇ ସର୍ଜରୀ ବିଭାଗର ୫ ନଂ କ୍ୟାବିନ୍ ରେ ରହୁଥିଲା । ହାଇଦରକୁ ଜଗିବା ପାଇଁ ଜଣେ ମାତ୍ର କନେଷ୍ଟବଳ ଥିବା କୁହାଯାଉଛି ।



ସୂଚନା ଅନୁଯାୟୀ;

ଅପରାହ୍ନ ପ୍ରାୟ ୫ଟାରେ ହାଇଦର ତାର ଜଣେ ସହଯୋଗୀକୁ ବାହାରକୁ ପଠାଇ ଏକ କୋଲଡ୍ ଡ୍ରିଙ୍କସ୍ କିଣି ଆଣିଥିଲା । ସେଥିରେ ନିଶା ମିଶାଇ ସଂପୃକ୍ତ କନେଷ୍ଟବଳକୁ ପିଆଇଥିଲେ । ଏଥିପାଇଁ ସୁଚିନ୍ତିତ ଯୋଜନା ପୂର୍ବରୁ ହୋଇଥିଲା । ନିଶା ମିଶା କୋଲଡ୍ ଡ୍ରିଙ୍କସ୍ ପିଇ କନେଷ୍ଟବଳ ଅଚେତ ହୋଇଯିବା ପରେ ହାଇଦର ପୂର୍ବ ଯୋଜନା ଅନୁଯାୟୀ ଫେରାର ହୋଇଯାଇଛି । ହାଇଦରକୁ ଧରିବା ପାଇଁ POLICE 🚨ପକ୍ଷରୁ ବଛା ବଛା ଅଫିସରଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଛାନଭିନ୍ ଆରମ୍ଭ ହୋଇଥିବା ଜଣାପଡ଼ିଛି ।


WWW. SOCIALNEWSODIA.INFO📡