02/04/2021
କନ୍ଧମାଳ/ଫୁଲବାଣୀ📌
Editor by/- Srinibash Rout
ଶୁକ୍ରବାର (୦୨/୦୪/୨୦୨୧) କନ୍ଧମାଳ ଗସ୍ତରେ ଯାଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି. କେ. ପାଣ୍ଡିଆନ୍ ସାର୍ ଏବଂ ପୂର୍ତ୍ତ ବିଭାଗ ସଚିବ ଫୁଲବାଣୀରେ ମେଡିକାଲ କଲେଜ ଏବଂ ହସ୍ପିଟାଲ ନିର୍ମାଣର ଅଗ୍ରଗତି ସମୀକ୍ଷା କରିଛନ୍ତି। ମେଡିକାଲ କଲେଜର ଅଗ୍ରଗତି ସମୀକ୍ଷା ଅବସରେରେ ପ୍ରକଳ୍ପର ଠିକ୍ ସମୟରେ ନିର୍ମାଣ ପାଇଁ ନିର୍ମାଣ ସାମଗ୍ରୀର ଉପଲବ୍ଧତା ପ୍ରଦାନ କରିବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମେଡିକାଲ କଲେଜ ନିର୍ମାଣ ଲାଗି ଚିହ୍ନିତ ହୋଇଥିବା ସ୍ଥାନକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିବା ସହ ଚାରିପଟେ ଗଛ ଲଗାଇଭାକୁ ପରାମର୍ଶ ଦେଇଛନ୍ତି । ଏଥିସହ ଡ୍ରେନେଜ୍ ଓ ଜଳ ସଂରକ୍ଷଣ ଲାଗି ପଦକ୍ଷେପ ନେବାକୁ ଜଳ ସମ୍ପଦ ବିଭାଗକୁ କହିଛନ୍ତି ମୁଖ୍ୟ ଶାସନ ସଚିବ ।ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ପାଇଁ ୪୫୦ କୋଟି ଟଙ୍କା ବ୍ୟୟ ହେବ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମେଡିକାଲ କଲେଜ କାର୍ଯ୍ୟ ୩୦ ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ୫- ଟି ସଚିବ ।ସେହିଭଳି 5T ସଚିବ ରୋଗୀଙ୍କ ସମ୍ପର୍କୀୟଙ୍କ ଲାଗି ବିଶ୍ରାମ ଗୃହ ଓ ଖାଦ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି । ମେଡିକାଲ କଲେଜ କ୍ୟାମ୍ପସ ଭିତରେ ଡାକ୍ତର ଓ କର୍ମଚାରୀଙ୍କ ଲାଗି ପରିବେଶ ଉପଯୋଗୀ ବ୍ୟବସ୍ଥା ସହ ଅବସର ବିନୋଦନ ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି । ମେଡିକାଲ କଲେଜ ପରିସରରେ ଅଟୋ, ଟ୍ୟାକ୍ସି ଷ୍ଟାଣ୍ଡ ଏବଂ ଏନ୍ଏଚ୍ ନିକଟ ହୋଇଥିବାରୁ ଦୁର୍ଘଟଣା ରୋକିବାକୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ କହିଛନ୍ତି ।
ସୂଚନାଯୋଗ୍ୟ; ୨୦୨୦ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଫୁଲବାଣୀରେ ମେଡିକାଲ କଲେଜକୁ ମଞ୍ଜୁରୀ ମିଳିଥିଲା ।
www. socialnewsodia.info
0 Comments