12/04/2021
କଟକ 📌
Chief Reporter & Editor/- Srinibash Rout
VST ପରୀକ୍ଷା ନାଁରେ ଗଣିତ ଶିକ୍ଷକ ଛାତ୍ରୀଙ୍କୁ ଡାକି ଦୁଷ୍କର୍ମ ଉଦ୍ୟମ କରି ଥାନାରେ ଅଟକ । ଘରୋଇ ସ୍କୁଲର ଗଣିତ ଶିକ୍ଷକ କଟକ ମଧୁପାଟଣା ଅଞ୍ଚଳରେ ଥିବା ଟ୍ୟୁଟରିଆଲରେ ଶିକ୍ଷକ ଭାବେ ଶିକ୍ଷାଦାନ କରନ୍ତି। ସୋମବାର (୧୨/୦୪/୨୦୨୧) ଶିକ୍ଷକ ଟ୍ୟୁସନ ସରିବା ପରେ ଜଣେ ୧୦ ମ ଶ୍ରେଣୀ ଛାତ୍ରୀଙ୍କୁ କଲେଜ ଛକ ଠାରେ ଥିବା ଏକ ହୋଟେଲ ରେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ମଧୁପାଟଣା ଥାନାରେ। ଅଭିଯୋଗକୁ ଆଧାର କରି ତଦନ୍ତ ଜାରି ରହିଛି ପୋଲିସ୍। ଆସନ୍ତା କାଲି ମଙ୍ଗଳବାର ( ୧୨/୦୪/୨୦୨୧ ) ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଏତଲା ପରେ ଗଣିତ ଶିକ୍ଷକଙ୍କୁ ପୁଲିସ ଥାନାରେ ଅଟକ ରଖି ତଦନ୍ତ ତଦନ୍ତ ଆରମ୍ଭ କରିଛି ।
www. socialnewsodia.info
0 Comments