21/04/2021


🌍



EDITOR BY/- Srinibash Rout

ଚଳିତ ବର୍ଷ ମଇ ୩ ତାରିଖରେ ଆରମ୍ଭ ହେବାକୁ ଥିବା ମାଟ୍ରିକ୍ ଓ ମଇ ୧୮ ତାରିଖରେ ଆରମ୍ଭ ହେବାକୁ ଥିବା ମାଦ୍ରାସା ବୋର୍ଡ ପରୀକ୍ଷାକୁ ବାତିଲ୍ କରାଗଲା ।ଆସନ୍ତା ଜୁନ୍ ପ୍ରଥମ ସପ୍ତାହରେ କରୋନା ସ୍ଥିତିରେ ସ୍ୱାଭାବିକତା ଆସିଥିଲେ ରାଜ୍ୟ ସରକାର ରାଜ୍ୟର ମର୍ଯ୍ୟାଦା ସମ୍ପନ୍ନ ମାଟ୍ରିକ୍ ପରୀକ୍ଷା ନିୟମାନୁଯାୟୀ କରିଥାନ୍ତେ ଏବଂ ଫଳ ମଧ୍ୟ ପ୍ରକାଶନ ହୋଇଥାନ୍ତା । ତେବେ କେନ୍ଦ୍ରୀୟ ଶିକ୍ଷା ବୋର୍ଡ ଉଭୟ ସିବିଏସଇ ଓ ଆଇସିଏସି ପରୀକ୍ଷା ବାତିଲ କରିବା ପରେ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ବାତିଲ୍ ପାଇଁ ସ୍ୱର ଶୁଣାଯାଇଥିଲା । ଏହାକୁ ଭିତ୍ତି କରି କରୋନାର ତୀବ୍ର ସଂକ୍ରମଣ ପରିପ୍ରେକ୍ଷୀରେ ରାଜ୍ୟ ସରକାର ମାଟ୍ରିକ୍ ପରୀକ୍ଷାକୁ ବାତିଲ୍ କରିଛନ୍ତି । ଏହା ସହିତ ମାଦ୍ରାସା ପରୀକ୍ଷା ମଧ୍ୟ ବାତିଲ ହୋଇଛି ।ବୋର୍ଡମାନଙ୍କ ଦ୍ୱାରା ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଫଳ ପ୍ରକାଶନ କରାଯିବ । ଏହି ପରୀକ୍ଷା ଫଳରେ ଯେଉଁ ଛାତ୍ରଛାତ୍ରୀମାନେ ଅସମ୍ମତି ପ୍ରକାଶ କରିବେ ସେମାନଙ୍କୁ ପରବର୍ତ୍ତୀ ସମୟରେ କୋଭିଡ୍ ମହାମାରୀ ସଂକ୍ରମଣ ପ୍ରଶମିତ ହେବା ପରେ ବୋର୍ଡମାନଙ୍କ ଦ୍ୱାରା ନିର୍ଦ୍ଧାରିତ ଦିବସରେ ପରୀକ୍ଷା ଦେବାର ସୁଯୋଗ ଦିଆଯିବ । ସୂଚନା ଦେଲେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।





WWW. SOCIALNEWSODIA.INFO