23/04/2021
🌍
EDITOR BY/- Srinibash Rout
କରୋନା ପରିସ୍ଥିତିର ଆହୁରି ଦୃଢ଼ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ ପାଇଁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର (୨୩/୦୪/୨୦୨୧) ଠାରୁ ଆରମ୍ଭ ହୋଇଥିବା ନାଇଟ୍ କର୍ଫ୍ଯୁ ଶନିବାର ୨୪/୦୪/୨୦୨୧) ଦିନ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ ଏହା ପରବର୍ତ୍ତୀ ସମୟରୁ ସୋମବାର (୨୬/୦୪/୨୦୨୧) ସକାଳ ୫ଟା ପର୍ଯ୍ୟନ୍ତ ସପ୍ତାହନ୍ତ ସଟ୍ଡାଉନ୍ ଜାରି ରହିବ। ଅର୍ଥାତ୍: ଶନିବାର ସକାଳ ଠାରୁ ରବିବାର ସମ୍ପୂର୍ଣ୍ଣ ଦିନ ଓ ରାତିରେ ସଟ୍ଡାଉନ୍ ବଳବତ୍ତର ରହିବ। ସମସ୍ତେ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଏବଂ କରୋନା ଲଢ଼େଇରେ ସରକାରଙ୍କୁ ସହଯୋଗ କରିବା।
ସପ୍ତାହନ୍ତ ସଟଡାଉନ୍ ଓ ଭ୍ୟାକ୍ସିନ୍ ଅଭାବ ପାଇଁ ରାଜ୍ୟରେ ପ୍ରତି ଶନିବାର ଓ ରବିବାର କୋଭିଡ୍ ଟିକାକରଣ ହେବ ନାହିଁ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖି ଜଣାଇଛନ୍ତି । କୌଣସି ଟିକାକରଣ କେନ୍ଦ୍ରକୁ ସପ୍ତାହନ୍ତ ସଟଡାଉନ୍ ସମୟରେ ସାନିଟାଇଜ୍ କରାଯିବ ।ସେହିଭଳି ଅନ୍ୟ ଏକ ଚିଠିରେ ମେ ୧ରୁ ଘରୋଇ ମେଡିକାଲ ସିଧାସଳଖ ଭ୍ୟାକ୍ସିନ୍ ପ୍ରସ୍ତୁତକାରୀଙ୍କ ଠାରୁ ଟିକା କିଣିବାକୁ କୁହାଯାଇଛି । ପୂର୍ବରୁ ଘରୋଇ ମେଡିକାଲ ଭ୍ୟାକ୍ସିନ୍ ଡୋଜ୍ ପିଛା ୨୫୦ ଟଙ୍କା ଦେଇ ଜିଲ୍ଲା ଭ୍ୟାକ୍ସିନ୍ ସେଣ୍ଟରରୁ ଟିକା ନେଉଥିଲେ ।ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସୋମବାରରୁ ଶୁକ୍ରବାର ଚାଲିବ ଟୀକାକରଣ ।
WWW. SOCIALNEWSODIA.INFO
0 Comments