07/04/2021
🌍
Editor by/- Srinibash Rout
ସମସ୍ତ ସରକାରୀ ବେସରକାରୀ ସ୍କୁଲରେ ପଢୁଥିବା ୯ମ ଓ ୧୧ଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ କ୍ଲାସକୁ ରାଜ୍ୟ ସରକାର ବାତିଲ କରିଛନ୍ତି ।ପାଠପଢା ୩୦ ଏପ୍ରିଲ ଯାଏଁ ବନ୍ଦ ରହିବ ।ହଷ୍ଟେଲ ଏବଂ ଆବାସିକ ସ୍କୁଲରେ ରହି ପଢୁଥିବା ପିଲାମାନଙ୍କୁ ଘରକୁ ଫେରିଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଉଭୟ ସରକାରୀ ଓ ବେସରକାରୀ ସ୍କୁଲରେ ଏହି ନଷ୍ପତି ଲାଗୁ କରାଯିବ ।ଆଉ ଶ୍ରେଣୀ ଗୃହରେ ଶିକ୍ଷାଦାନ ହେବ ନାହିଁ , ଅନଲାଇନରେ ଶିକ୍ଷାଦାନ ଦିଆଯିବ ।ଅନ୍ୟପଟେ ଦଶମ ଓ ଦ୍ବାଦଶ କ୍ଲାସ ଏପ୍ରିଲ ୨୫ ପର୍ଯ୍ୟନ୍ତ ଚାଲୁ ରଖିବା ପାଇଁ କହିଛନ୍ତି ରାଜ୍ୟ ସରକାର।
କରୋନା ସଂକ୍ରମଣ ରାଜ୍ୟରେ ବଢିବାରେ ଲାଗିଛି । କରୋନା ସଂକ୍ରମଣ ବଢୁଥିବାରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ବଡ ନିଷ୍ପତି ନେଇଛନ୍ତି । ପୂର୍ବ ନିଷ୍ପତି ମୁତାବକ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ପାରିବେ । ଗୁରୁବାର (୦୮/୦୪/୨୦୨୧) ଠାରୁ ଏହି ନିଷ୍ପତି ଲାଗୁ କରାଯବି 📄ବିଜ୍ଞପ୍ତି ପ୍ରକାଶ । 🦠କରୋନା ଭାଇରସ ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ଜନଗହଳିପୂର୍ଣ୍ଣ ସ୍ଥାନକୁ ଯାଆନ୍ତୁ ନାହିଁ କି କୈାଣସି କାରଣ ନଥିଲେ କି ଜରୁରୀ ନଥିଲେ ଘରୁ ବାହାରନ୍ତୁ ବାହାରନ୍ତୁ ନାହିଁ। ଘର ବାହାରକୁ ଗଲେ ସାମାଜିକ ଦୂରତା ବା ଶାରୀରିକ ଦୂରତା ବଜାଇ ରଖନ୍ତୁ, ମାସ୍ ଭଲ ଭାବରେ ପିନ୍ଧନ୍ତୁ, ସାନିଟାଇଜର ପାଖରେ ରଖନ୍ତୁ କିଛି ସମୟ ବେବଧାନରେ ହାତ ଭଲ ଭାବେ ସାନିଟାରୀ କରନ୍ତୁ। ଆମେ ସୁସ୍ଥ ରହିବା ଅନ୍ୟମାନଙ୍କୁ ସୁସ୍ଥ ରଖିବା । ପୋଲିସ_ପ୍ରଶାସନକୁ ସାହାଯ୍ୟ କରିବା ଏବଂ ରାଜ୍ୟ ସରକାରଙ୍କ ନିୟମ ମାନିବା ।
www. socialnewsodia.info
0 Comments