25/04/2021
ପୁରୀ 📌
EDITOR BY/- Srinibash Rout
ବାହାର ଜିଲ୍ଲାର ଲୋକମାନେ ଶବଦାହ ଲାଗି ଆସୁଥିବାରୁ ସଂକ୍ରମଣ ବଢିବାର ଆଶଙ୍କା ରହିଛି । କୋଭିଡ୍ ରୋଗୀ ଶବସଂସ୍କାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।ଅସ୍ଥି ବିସର୍ଜନ ଓ ଶ୍ରାଦ୍ଧ ଆଦି କାର୍ଯ୍ୟରେ ରୋକ ଲଗାଯାଇଛି । ଏନେଇ ପୁରୀ ଜିଲ୍ଲାପାଳ ରବିବାର (୨୫/୦୪/୨୦୨୧) ସମର୍ଥ ବର୍ମା ସୂଚନା ଦେଇଛନ୍ତି ।ଏହି ନିଷ୍ପତ୍ତି ସୋମବାର ଠାରୁ (୨୬/୦୪/୨୦୨୧) କାର୍ଯ୍ୟକାରୀ ହେବ। ମହୋଦଧିରେ ଅସ୍ଥି ବିସର୍ଜନ ଓ ଶ୍ବେତଗଙ୍ଗାରେ ଶୁଦ୍ଧି କ୍ରିୟା ମଧ୍ୟ ବନ୍ଦ ହେବ ।ଜିଲ୍ଲାର କୋଭିଡ ମୃତକଙ୍କ ଶବଦାହ ମଙ୍ଗଳାନଦୀ ଘାଟ ନିକଟରେ ହେବ ।ଆବଶ୍ୟକସ୍ଥଳେ ମୃତ ବ୍ୟକ୍ତିଙ୍କ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଶବଦାହ ବେଳେ ସୀମିତ ଲୋକ ଉପସ୍ଥିତ ରହିବେ ।ଅନ୍ୟପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି ।
ପୁରୀର ସବୁ ପାର୍କ ବନ୍ଦ, ତୀର୍ଥ ପୁଷ୍କରିଣୀଗୁଡ଼ିକରେ ପିଣ୍ଡଦାନ ପାଇଁ କେବଳ ପୁରୀ ଲୋକଙ୍କୁ ଅନୁମତି ।
WWW. SOCIALNEWSODIA.INFO
0 Comments