26/04/2021
ରାୟଗଡ଼ା📌
EDITOR BY/- Srinibash Rout
ଓମ୍ ସାଇ ନାମକ ବସଟି ଜୟପୁରରୁ ଯାତ୍ରୀଙ୍କୁ ନେଇ ଅନୁଗୋଳ ଯାଉଥିଲା । ବସ୍ ଓଲଟି ୧୦ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଥିବା ଜଣାପଡିଛି। ବସଟି ରାୟଗଡା–ବ୍ରହ୍ମପୁର ଏନ୍ଏଚ୍-୩୨୬ ମୁକୁନ୍ଦପୁର ଘାଟି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି। ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ମୁକୁନ୍ଦପୁର ଫାଣ୍ଡି ପୋଲିସ୍ 🚨। ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ସେମାନଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ମେଡ଼ିକାଲ୍ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାସ୍ଥଳରୁ ଡ଼୍ରାଇଭର ଫେରାର ହୋଇଯାଇଛି। ରବିବାର (୨୫/୦୪/୨୦୨୧) ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।
WWW. SOCIALNEWSODIA.INFO
0 Comments