୨୧/୦୪/୨୦୨୧
ବଲାଙ୍ଗୀର 📌
EDITOR BY/- Srinibash Rout
ବରିଷ୍ଠ ନେତା 'ନରସିଂହ ମିଶ୍ର' କରୋନା ପଜିଟିଭ୍ ଚିହ୍ନଟ ।କରୋନା ପଜିଟିଭ୍ ଥିବା ସତ୍ୱେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସାଧାରଣ ରହିଛି। ବୁଧବାର (୨୧/୦୪/୨୦୨୧) ପୂର୍ବହ୍ନରେ ବଲାଙ୍ଗିର ସ୍ଥିତ ବାସଭବନରେ ସେ ନିଜର କରୋନା ପରୀକ୍ଷା କରାଇଥିଲେ। କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ନରସିଂହ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି ।ଏହା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପରୀକ୍ଷା କରିନେବାକୁ ସେ ପରାମର୍ଶ ଦେଇଛନ୍ତି । ସମସ୍ତେ ମାସ୍କ ବ୍ୟବହାର, ସାମାଜିକ ଦୂରତା ଓ କୋଭିଡ ନିୟମ ପାଳନ କରନ୍ତୁ ବୋଲି ବଲାଙ୍ଗିର ଜନସାଧାରଣଙ୍କୁ ସେ ନିବେଦନ କରିଛନ୍ତି। ସୂଚନା ଯୋଗ୍ୟ, ଶ୍ରୀ ମିଶ୍ର କରୋନା ଟିକାର ଉଭୟ ଡୋଜ୍ ନେଇ ସାରିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ।
WWW. SOCIALNEWSODIA INFO
0 Comments