29/04/2021


ପୁରୀ 📌


EDITOR BY/- Srinibash Rout

ପିପିପି ମୋଡ଼ରେ ପୁରୀରେ ହେବ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ଼୍ ହସ୍ପିଟାଲ ।୪୦ଟି ଆଇସିୟୁ ସହ ୪ଟି ଭେଣ୍ଟିଲେଟର ବ୍ୟବସ୍ଥା କରାଯିବ ହସ୍ପିଟାଲରେ ।ଏହି ହସ୍ପିଟାଲକୁ ଭୁବନେଶ୍ୱରରେ ଥିବା ସମ୍ ହସ୍ପିଟାଲ ପରିଚାଳନା କରିବ। ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପୁରୀରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଜିଲ୍ଲାରେ ଆଣ୍ଟିଜେନ୍ ଟେଷ୍ଟ ବଢାଇବା ସହ ଲକ୍ଷଣ ଥିଲେ ହସ୍ପିଟାଲରେ ଭର୍ତ୍ତି କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ ।ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି ।ଗତ ୨୩ ତାରିଖରୁ ଆରଟିପିସିଆର ଟେଷ୍ଟିଂ ବ୍ୟବସ୍ଥା ଅଚଳ ଥିବା କହିଛନ୍ତି ଜିଲ୍ଲାପାଳ । ଆରଟିପିସିଆର ଟେଷ୍ଟିଂ ସେଣ୍ଟରେ ତ୍ରୁଟି ଯୋଗି ଏହି ବ୍ୟବସ୍ଥା ଅଚଳ ହୋଇଥିଲା ।ଦିନକୁ ଦିନ କରୋନା ଅଧିକ ଭୟଙ୍କର ହେବାରେ ଲାଗିଥିବା ବେଳେ କରୋନା ସଂକ୍ରମିତଙ୍କୁ ସଠିକ୍ ସମୟରେ ସଠିକ୍ ବ୍ୟବସ୍ଥା ଯୋଗାଇବା ସହ ସେମାନଙ୍କର ଯତ୍ନ ନେବା ସରକାରଙ୍କ ପାଇଁ ଏକ ପ୍ରକାର ଚାଲେଞ୍ଜିଂ ହୋଇପଡ଼ିଛି। ମହାମାରୀ ରୂପ ବଦଳାଉଛି ୧୯ଟି ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ରହିଛି ।


WWW. SOCIALNEWSODIA.INFO