03/04/2021


🌍


Editor by/- Srinibash Rout

ବିଧାୟକ ଜୟ ନାରାୟଣ ମିଶ୍ର, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ ଚଳିତ ଅଧିବେଶନରୁ ସସ୍‌ପେଣ୍ଡ କରାଯାଇଛି।ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ଶନିବାର (୦୩/୦୨/୨୦୨୧) ବିଧାନସଭାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।ବିଧାନସଭାରେ ଲୋକାୟୁକ୍ତ ସଂଶୋଧନ ବିଲ୍‌କୁ ପାରିତ କରାଯାଇଥିଲା। ହେଲେ ବିନା ଆଲୋଚନାରେ ବିଲ୍‌ ପାସ୍‌ କରିଥିବାରୁ ବିରୋଧୀ ଏହାକୁ ନେଇ ହୋହଲ୍ଲା କରିଥିଲେ। ବିଧାନସଭା ଭଳି ଏକ ପବିତ୍ର ଗୃହରେ B.J.P ବିଧାୟକଙ୍କ ଅଶୋଭନୀୟ ଆଚରଣ ଦେଖିବାକୁ ମିଳିଛି ।ବିଧାନସଭାରେ B.J.P ସଦସ୍ୟମାନେ ହୋହାଲ୍ଲା ଓ ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ ଫିଙ୍ଗିଛନ୍ତି । ଖାଲି ସେତିକି ନୁହେଁ head ଫୋନ ଓ କାଗଜ ମଧ୍ୟ ଫିଙ୍ଗିଛନ୍ତି ।



www. socialnewsodia.info