23/04/2021
ପିପିଲି/ପୁରୀ 📌
EDITOR BY/- Srinibash Rout
ଅଜିତ ମଙ୍ଗରାଜଙ୍କ ପରଲୋକ ପରେ ତାଙ୍କ ପତ୍ନୀ ବନ୍ଦନାଙ୍କୁ ପ୍ରାର୍ଥୀ କରି ଅନୁକମ୍ପା ଭୋଟ ପାଇବାକୁ କଂଗ୍ରେସ ଆଶା କରିଥିବାବେଳେ ଏଥିରେ ଦଳ ନିରାଶ ହୋଇଥିଲା । ଅଜିତଙ୍କ ପରିବାର ଏ ନେଇ ମନା କରିବା ପରେ ଦଳ ପ୍ରାର୍ଥୀ ଖୋଜୁଥିଲା ।ବିଶ୍ୱକେତନ ହରିଚନ୍ଦନ ମହାପାତ୍ରଙ୍କୁ ପିପିଲି ଉପନିର୍ବାଚନ ଲାଗି ପ୍ରାର୍ଥୀ କରିବାକୁ କଂଗ୍ରେସ ସ୍ଥିର କରିଥିବା ସୂଚନା ମିଳିଛି।
ପୁରୀ କଂଗ୍ରେସ ସେବାଦଳର ସଂଗଠକ ତଥା ଡେଲାଙ୍ଗ ଅଞ୍ଚଳର ଯୁବନେତା ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ନାମକୁ ମଧ୍ୟ ଏ.ଆଇ.ସି.ସିକୁ ପଠାଯାଇଥିଲା । ସୂଚନାନୁଯାୟୀ ଏଆଇସିସି ପକ୍ଷରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ଅନୁମୋଦନ ମିଳିଛି । ଶୁକ୍ରବାର (୨୩/୦୪/୨୦୨୧) ଏନେଇ ଏ.ଆଇ.ସି.ସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଡେଲାଙ୍ଗ ଅଞ୍ଚଳର ବାସିନ୍ଦା ବିଶ୍ୱକେତନ କଂଗ୍ରେସ ସେବା ଦଳର ପୁରୀ ଜିଲ୍ଲା ଆବାହକ ଅଛନ୍ତି। ବିଶ୍ୱକେତନ ହରିଚନ୍ଦନ ମହାପାତ୍ର ପିପିଲି ଉପନିର୍ବାଚନ ପ୍ରାର୍ଥୀ ।
WWW. SOCIALNEWSODIA.INFO
0 Comments