10/04/2021



ବିଜପୁର/ପଶ୍ଚିମବଙ୍ଗ📌


Editor by/- Srinibash Rout

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବିଜପୁର ସ୍ଥିତ ହାଜିନଗର ବଜାରରେ ରହୁଥିବା ପ୍ରବାସୀ ରାଜୁ ମହାରଣାଙ୍କ ଘରେ ପାରମ୍ପାରିକ ଓଡ଼ିଆ ଖାଦ୍ୟ ଖାଇଲେ ।ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ଅବସରରେ ବ୍ରହ୍ମପୁର ନିବାସୀ ରାଜୁ ମହାରଣାଙ୍କ ଘରେ ପାରମ୍ପାରିକ ଓଡ଼ିଆ ସୁସ୍ୱାଦୁ ଖାଦ୍ୟ ଖାଇ କେନ୍ଦ୍ରମନ୍ତ୍ରୀ ରାଜୁ ମହାରଣା ଏବଂ ତାଙ୍କ ପରିବାର ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।


ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ B.J.P ନିର୍ଵାଚନ ପ୍ରଚାର ଜୋରଦାର କରିଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବିଜପୁର ସ୍ଥିତ ହାଜିନଗର ବଜାରରେ ରହୁଥିବା ପ୍ରବାସୀ ଓଡିଆଙ୍କୁ ଭେଟି ଦଳୀୟ ପ୍ରାର୍ଥୀ ଶୁଭ୍ରାଂଶୁ ରଏଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ଗାଁ ଗଳିରେ ପଥପ୍ରାନ୍ତ ପ୍ରଚାର ପ୍ରସାର କରି ଦଳୀୟ ପ୍ରାର୍ଥୀ ଜିତାଇବାକୁ ଆହ୍ୱାନ ଦେଇଛନ୍ତି।  କଲିକତାରେ ବସବାସ କରୁଥିବା ପ୍ରବାସୀ ଓଡିଆ ଭାଇଭଉଣୀ ମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ପାଇଁ ହୃଦୟରୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ I




www. socialnewsodia.info