28/04/2021
ଭୁବନେଶ୍ୱର 📌
EDITOR BY/- Srinibash Rout
ମାଗଣା କରୋନା ଟିକାକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ଏମଜିଏମ୍ ମିନେରାଲ୍ସ ଲିମିଟେଡ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ପ୍ରଦାନ କରିଛି। ମଙ୍ଗଳବାର (୨୭/୦୪/୨୦୨୧) ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା ଭବନଠାରେ କଂପାନୀର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ପଙ୍କଜଲୋଚନ ମହାନ୍ତିଙ୍କଠାରୁ ଏହି ରାଶିର ଚେକ୍ ଗ୍ରହଣ କରିଛନ୍ତି । ଚେକ୍ ପ୍ରଦାନ ସମୟରେ ଶ୍ରୀ ମହାନ୍ତି କହିଥିଲେ ଯେ, ରାଜ୍ୟ ସରକାରଙ୍କ ସମୟୋପଯୋଗୀ ଓ ସକ୍ରିୟ କୋଭିଡ ପରିଚାଳନା ଯୋଗୁଁ ଓଡିଶାରେ କୋଭିଡ ମହାମାରୀ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଜନସାଧାରଣଙ୍କ ସହଯୋଗରେ ଏହା ପୂର୍ଣ୍ଣ ସଫଳ ହେବ ।
ଏତାଦୃଶ ସହଯୋଗ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କଂପାନୀ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇବା ସହ ନିଜ ଶିଳ୍ପାନୁଷ୍ଠାନ ତଥା ବ୍ୟକ୍ତିଗତ ସ୍ତରରେ କରୋନା ନିୟମ ଅନୁପାଳନ ଓ ସଚେତନତା କାର୍ଯ୍ୟ ଚଳାଇ ରଖିବାକୁ ଅନୁରୋଧ କରିଥିଲେ ।
WWW.SOCIALNEWSODIA.INFO🔭
0 Comments