27/04/2021
ନୂଆଦିଲ୍ଲୀ📌
EDITOR BY/- Srinibash Rout
ଘରେ ରହିଲେ ବି ମାସ୍କ ପିନ୍ଧନ୍ତୁ ଯଥା ସମ୍ଭବ ସାମାଜିକ ବା ଶାରୀରିକ ଦୂରତା ରକ୍ଷା କରନ୍ତୁ । ରୁମ୍ ଭିତରକୁ କାହାରିକୁ ପ୍ରବେଶ କରିବା ପାଇଁ ଦିଅନ୍ତୁ ନାହିଁ। A.C ବଦଳରେ ପଙ୍ଖା ବା FAN ବ୍ୟବହାର କରନ୍ତୁ । ଦୈନିକ ୩ଲକ୍ଷ କରୋନା ମାମଲା ସାମ୍ନାକୁ ଆସିଛି। କରୋନାର ଦ୍ବିତୀୟ ଲହରୀରେ ନୟାନ୍ତ ହେଲେ ଦେଶବାସୀ। ଏହାରି ମଧ୍ୟରେ ନୀତି ଆୟୋଗ ସଦସ୍ୟ ଡାକ୍ତର🩺 ଭି.କେ ପଲ୍ କହିଛନ୍ତି ଯେ, ଦେଶରେ କରୋନାର ଦ୍ବିତୀୟ ଲହରୀ ସଂକ୍ରମଣ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ଏବେ ସମୟ ଆସିଛି ଲୋକ ମାନେ ନିଜ ଘରେ ରହିବା ସମୟରେ ବି ମାସ୍କ ପରିଧାନ କରନ୍ତୁ। ଏଥିସହିତ 🩺ଡାକ୍ତର ଭି.କେ ପାଲ କହିଛନ୍ତି ଯେ, ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ନିଜକୁ ଆଇସୋାଲେଟ୍ କରନ୍ତୁ। ଜରୁରୀ ନଥିଲେ ଘରୁ ବାହାରନ୍ତୁ ନାହିଁ କି ସହର ସାହି ଗଳିକନ୍ଦିରେ ଖଟି କରନ୍ତୁ ।
ମହାମାରୀ ଭାଇରସ କବଳରୁ ରକ୍ଷା ପାଇବା_ ଅନ୍ୟ ମାନଙ୍କୁ ରକ୍ଷା କରିବା ଟିପ୍ସ ⤵️
( ୧ ) :ଜନଗହଳିକୁ ନାଁ ❌
( ୨ ) :ସାମାଜିକ ବା ଶାରୀରିକ ଦୂରତା ୨ ଗଜ ବାଧ୍ୟତାମୂଳକ ।
( ୩ ) :ଛେପ ଖଙ୍କାର ବାହାରେ ଏଣେତେଣେ ରାସ୍ତା ଉପରେ ପକାନ୍ତୁ ନାହିଁ ।
( ୪ ) :ପୃଷ୍ଟିସାର ସ୍ନେହସାର ଖାଦ୍ୟ ଖାଆନ୍ତୁ, ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ।
( ୫ ) :ଘର ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ, ପାଖରେ ସାନିଟାଇଜର ରଖନ୍ତୁ ।
ମହାମାରୀ ଭିତରେ କେନ୍ଦ୍ର ସରକାର କହିଛନ୍ତି ଯେ, ଭାରତରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ଉପଲବ୍ଧ ଅଛି। ବାସ୍ ତାକୁ ଡାକ୍ତରଖାନାରେ ପହଁଞ୍ଚେଇବା ଏକ ଆହ୍ବାନ। ଅନ୍ୟପଟେ ଗୃହ ମନ୍ତ୍ରଣାଳୟ ସଚିବ ପୀୟୁଷ ଗୋଏଲ କହିଛନ୍ତି ଯେ, ଅକ୍ସିଜେନ୍ ପାଇଁ କେହି ଚିନ୍ତିତ ହୁଅନ୍ତୁ ନାହିଁ। ଆମେ ସେହି ସମସ୍ୟାକୁ ଦୂର କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛୁ।
WWW. SOCIALNEWSODIA.INFO 🔭
0 Comments