02/04/2021
🌍
Editor by/- Srinibash Rout
୩୪ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ କାଳିଆ ଯୋଜନାରେ ୭୦୦ କୋଟି ଟଙ୍କା ଜମା କରାଗଲା ।କୃଷକଙ୍କ ହକ ପାଇଁ ସବୁ ବେଳେ ଲଢ଼ି ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଏହାକୁ ପ୍ରମାଣିତ ମଧ୍ୟ କରିଛନ୍ତି ।୧ ଏପ୍ରିଲ,ଗୁରୁବାର ଦିନ ଉତ୍କଳ ଦିବସ ବା ପବିତ୍ର ଓଡ଼ିଶା ଦିବସ ଅବସରରେ ରାଜ୍ୟର ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ କାଳିଆ ଯୋଜନାରେ ୬୯୩.୯୪ କୋଟି ଟଙ୍କା ରବି ଋତୁ ପାଇଁ ଜମା କରାଯାଇଛି । ଏହି ଅବସରରେ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ଆଜି ଠାରୁ ମଧ୍ୟ ଆମର ନୂଆ ଆର୍ଥିକ ବର୍ଷ ଆରମ୍ଭ ହେଉଛି । ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଚାଷୀଙ୍କ କଲ୍ୟାଣ କାର୍ଯ୍ୟକ୍ରମରୁ ହିଁ ମୁଁ ଆଜି ନୂଆ ଆର୍ଥିକ ବର୍ଷ ଆରମ୍ଭ କରୁଛି । ଚାଷୀ ଙ୍କୁ କେବେ ବି ଅଣଦେଖା କରାଯାଇପାରିବ ନାହିଁ। Covid-19 🦠 ମହାମାରୀ ସମୟରେ ଚାଷୀ ଭାଇ ମାନେ ହିଁ ଆମର ଅର୍ଥନୀତିକୁ ରକ୍ଷା କରିଛନ୍ତି ।ମୁଁ ସବୁବେଳେ ଚାଷୀ ଭାଇଭଉଣୀ ମାନଙ୍କ ସହ ରହିଛି । ସେମାନଙ୍କ ପାଇଁ କାମ କରୁଛି ଓ କରି ଚାଲିବି। ଆମ ଚାଷୀ ଭାଇଭଉଣୀଙ୍କ ପାଇଁ ମୁଁ ଗର୍ବିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷୀ ଆମ ଅର୍ଥନୀତିର ମହାଶକ୍ତି ।କାଳିଆ ଯୋଜନା ଆମର ଏକ ଗୁରୁତ୍ବପୂର୍ଣ୍ଣ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ ।
ସୂଚନା ଯୋଗ୍ୟ, କାଳିଆ ଯୋଜନାରେ ସରକାର ୩୭ ଲକ୍ଷ ଚାଷୀଙ୍କୁ ସାମିଲ୍ କରିଛନ୍ତି । ସେଥିରେ ୧୭ ଲକ୍ଷ ଭୂମିହୀନ ଗରିବ ଅଛନ୍ତି । ଦେଶର ଏକମାତ୍ର ଯୋଜନା ଭାବେ କାଳିଆ ଭୂମିହୀନ ଗରିବଙ୍କ ସହ ଚାଷୀଙ୍କୁ ସହାୟତା ପ୍ରଦାନ କରୁଛି ।
www. socialnewsodia.info
0 Comments