12/04/2021



🌍


Editor by/- Srinibash Rout

ରାଜ୍ୟ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୯ଟି ପ୍ରସ୍ତାବରେ ବାଜିଲା ମୋହର ।ରୋଗୀଙ୍କୁ ଶତପ୍ରତିଶତ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ।ପ୍ରଥମ ଥର ପାଇଁ ଏହି ପାଲିଏଟିଭ କେୟାର ହସପିଟାଲ ପ୍ରତିଷ୍ଠା ହେବାକୁ ଯାଉଛି । ପ୍ରଥମେ ଶହେ ଶଯ୍ୟା ସହ ରୋଗୀ ସେବା ଆରମ୍ଭ ହେବ ।ସୁବ୍ରତ ବାଗଚୀ ଏବଂ ତାଙ୍କ ପତ୍ନୀ ସୁସ୍ମିତା ବାଗ୍‌ଚି ୧୩୦ କୋଟି ଟଙ୍କା ସହାୟତା ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି ।ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ବାଗ୍‌ଚୀ-ଶ୍ରୀଶଙ୍କର କର୍କଟ ହସପିଟାଲ ଓ ଗବେଷଣା କେନ୍ଦ୍ର ।ଇନଫୋସିଟି-ଟୁ ନିକଟରେ ୨୦ ଏକର ଜମିରେ ଏହାକୁ ପ୍ରତିଷ୍ଠା କରାଯିବ ।୨୦୨୪ ଜାନୁଆରୀ ସୁଦ୍ଧା ୨୫୦ ଶଯ୍ୟା ବିଶିଷ୍ଟ କ୍ୟାନସର ହସପିଟାଲ କାର୍ଯ୍ୟକ୍ଷମ ହେବ । ସେହିପରି ସୋମବାର (୧୨/୦୪/୨୦୨୧) କ୍ୟାବିନେଟ ବୈଠକରେ ଜିଲ୍ଲା ଜଜଙ୍କ କ୍ୟାଡରରେ ନିଯୁକ୍ତି ପ୍ରକ୍ରିୟାକୁ ସହଜ କରିବା ଓ ନିଯୁକ୍ତି ବର୍ଷରେ ଅଧିକାରୀଙ୍କ ବରିଷ୍ଠତା ପଦ୍ଧତିକୁ ସ୍ଥିର କରିବା ପାଇଁ OSJS ଏବଂ OJS ନିୟମାବଳୀରେ ସଂଶୋଧନ କରାଯିବ । ଏହାଦ୍ୱାରା ନିଯୁକ୍ତି ବର୍ଷ ଅଗଷ୍ଟ ପହିଲା ପରିବର୍ତ୍ତେ ଏପ୍ରିଲ ୧କୁ ଧରାଯିବ । ଅନୁସୂଚିତ ଜାତି-ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଅନେ୍ଵଷା କାର୍ଯ୍ୟକ୍ରମ ଜାରି ରହିବ । ଯୋଜନାକୁ ସଫଳତା ମିଳିଥିବାରୁ ଆଗାମୀ ୫ ବର୍ଷ ଲାଗି ଏହାକୁ କାର୍ଯ୍ୟକାରୀ କରିବାକୁ କ୍ୟାବିନେଟ ଅନୁମୋଦନ କରିଛି । ଓଡ଼ିଶା ୱେଲଫେୟାର ସର୍ଭିସ ରୁଲ-୧୯୯୨ରେ ସଂଶୋଧନକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ଲାଭ କରିଛି। ଓଡ଼ିଶା ଖଣିଜ ପଦାର୍ଥ ଅଧିନିୟମ-୨୦୦୭ରେ ସଂଶୋଧନକୁ ବୈଠକରେ ଅନୁମୋଦନ ମିଳିଛି ।


ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇସ୍ପାତ ଏବଂ ଖଣି ବିଭାଗ ସହ ଜଡିତ କ୍ୟାବିନେଟର ନିଷ୍ପତ୍ତି । 



www. socialnewsodia.info