26/04/2021
ଦିଲ୍ଲୀ 📌
EDITOR BY/- Srinibash Rout
ଲକଡାଉନ୍ ଅବଧିକୁ ବୃଦ୍ଧି କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।କରୋନା ଭାଇରସ ମହାମାରୀ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିବ ଲକ୍ ଡାଉନ୍ ।ଏହି ସମୟରେ ସମସ୍ତ ଆବଶ୍ୟକୀୟ ସେବା ପୂର୍ବ ପରି ସମାନ ଢଙ୍ଗରେ ଜାରି ରହିବ ।ଦିଲ୍ଲୀରେ ଯେଉଁପରି ଭାବରେ କରୋନା ସଂକ୍ରମଣ ଦ୍ରୁତିଗତିରେ ବଢୁଛି ଏହି ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ ରହିଥିଲା ।ପୂର୍ବରୁ ଘୋଷଣା ହୋଇଥିବା ଲକଡାଉନର ଅବଧି ରବିବାର (୨୫/୦୪/୨୦୨୧) ସକାଳ ୫ଟା ସୁଦ୍ଧା ଶେଷ ହୋଇଥାନ୍ତା ।
ଦିଲ୍ଲୀରେ ପଜିଟିଭ ରୋଗୀଙ୍କ ହାର ୩୨ ପ୍ରତିଶତରେ ପହଞ୍ଚିଛି। ସେହିପରି ହସ୍ପିଟାଲ ମାନଙ୍କରେ ଅକ୍ସିଜେନ ଓ ବେଡର ମଧ୍ୟ ଅଭାବ ରହିଛି। ଫଳରେ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି। ମହାମାରୀ ଭାଇରସ କୁ ରୋକିବା ପାଇଁ ଲକଡାଉନ୍ ବିନା ଆଉ କୌଣସି ଉପାୟ ନାହିଁ ବୋଲି ରବିବାର (୨୫/୦୪/୨୦୨୧ )ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।
WWW.SOCIALNEWSODIA.INFO
0 Comments